କେଲିଆରେ କାର୍ତ୍ତିକ ପୁର୍ଣିମା ଓ ଶେଷ ସମବାର ପାଇଁ ପ୍ରସ୍ତୁତି ବୈଠକ


ନବରଙ୍ଗପୁର (କୋଶଲ ନ୍ୟୁଜ୍):-ଡାବୁଗାଁ ବ୍ଲକ ଚାଚରାଗୁଡା ପଂଚାୟତ ରେ ଥିବା ଐତିହାସିକ ଶୈବପୀଠ କେଲିଆରେ କାର୍ତ୍ତିକ ପୁର୍ଣିମା ଓ ଶେଷ ସମବାର ଉପଲକ୍ଷେ ମନ୍ଦିର କମିଟିର ସ୍ଥାୟୀ ସଭାପତି ଡାବୁଗାଁ ତହସିଲଦାର ଗୀତା ମୁର୍ମୁଙ୍କ ସଭାପତିତ୍ୱରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଲା। କମିଟି ସମ୍ପାଦକ ଦେବରାଜ ପାତ୍ର ଗାତବର୍ଷର ବିବରଣୀ ଉପସ୍ଥାପନା କରି ସଭା ପରିଚାଳନା କରିଥିଲେ। ପରାମରିକ ଭାବେ ଉତ୍ସବ ପାଳନ ପାଇଁ ଆଲଚନା କରିବା ବେଳେ ମନ୍ଦିର ପାଇଁ ଜଙ୍ଗଲ ଜମି ଅଧିଗ୍ରହଣ ପାଇଁ ପଦକ୍ଷେପ ନେବା ପାଇଁ ଆଲଚନା କରାଗଲା। ଏହି ବୈଠକରେ କମଟି କୋଷାଧକ୍ଷ ଜି ସାଇ ରାଜୁ, ଅତିରିକ୍ତ ତହସିଲଦାର ବିଜୟ କୁମାର ମହାନ୍ତି, ଥାନା ଏଏସଏଇ ଜିକେ ହାଲବା, ଏଏସଏଇ ବିଜୟ କୁମାର ସାହୁ, ସୁରେନ୍ଦ୍ର ମିଶ୍ର, ଗୁପ୍ତ ବିଷୟୀ, ଧର୍ମାନନ୍ଦ ନାୟକ, ଭଗବାନ ମହାନ୍ତି, ବଂଶୀଧର ମାଝୀ, ସୂର୍ଯ୍ୟ ସୁବୁଦ୍ଧି, ମେଦନା ଫୋରଷ୍ଟେର ସୁଶାନ୍ତ ସିଂ, ଭାଗିରଥି ମାଝୀ, ଜୟ ମାଝୀ, ମନ୍ଦିର ପୂଜକ ମଣ୍ଡଳୀ, ସ୍ୱେଚ୍ଛାସେବୀ କମିଟି ସଭ୍ୟ ମାନେ, ସରକାର କର୍ମଚାରୀ ମାନେ ଏବଂ ସ୍ଥାନୀୟ ଅଂଚଳର ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।

ରିପୋର୍ଟ : ପ୍ରିୟଦର୍ଶିନୀ ପାତ୍ର (ନବରଙ୍ଗପୁର)

Comments
Loading...