ପୂର୍ବ ସୂଚନା ବିନା ଶ୍ରୀ କଅଁର ପହଞ୍ଚିଲେ ଏମଭି – ୭୯ ଲାଛିପେଟା ଡାକଘରେ l ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା ଏମଭି – ୭୯ ଲାଛିପେଟା ଡାକଘରେ ହୋଇଥିବା ଦୁର୍ନୀତିର ତଦନ୍ତ ଆରମ୍ଭ ହୋଇଛି ।
କୌଣସି ପ୍ରକାର ପୂର୍ବ ସୂଚନା ବିନା ଶ୍ରୀ କଅଁର ଏମଭି – ୭୯ ପହଞ୍ଚି ତଦନ୍ତ କରିଥିବାରୁ ସାଧାରଣ ମହଲରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ପୋଷ୍ଟ ମାଷ୍ଟର ଜେନରାଲ କର୍ଣ୍ଣେଲ ଜଳେଶ୍ୱର କଅଁର ଡାକଘରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି କିନ୍ତୁ ଶ୍ରୀ କଅଁର ପ୍ରଥମ କରି ଲାଛିପେଟା ଆସି ଥିବା ବେଳେ କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ଡାକଘର ଭିତରକୁ ପ୍ରବେଶ ପାଇଁ ଅନୁମତି ଦେଇ ନଥିଲା ।
ଗସ୍ତର କାରଣ ସମ୍ପର୍କରେ ଶ୍ରୀ କଅଁର କିଛି କହି ନଥିଲେ । ନିଜ ପରିଚୟ ଗୁପ୍ତ ରଖି ଶ୍ରୀ କଅଁର ଗଣମାଧ୍ୟମ ପ୍ରତିନିଧିଙ୍କଠାରୁ ଦୂରେଇ ରହିବା ସାଧାରଣରେ ପ୍ରଶ୍ନ ଛିଡ଼ା କରିଛି ।ସୂଚନାଯୋଗ୍ୟ , ଲାଛି ପେଟା ଡାକଘରର ପୂର୍ବତନ ସବପୋଷ୍ଟ ମାଷ୍ଟର ବିଶ୍ୱ ନାଥ ପଡି ଆମୀ , ରାଙ୍ଗ ମା ରାଜୁ ଓ ଘାସି ରାମ ମାଡକାମୀଙ୍କ ନାମରେ ଟଙ୍କା ହଡ଼ପ ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ମାମଲାର ତଦନ୍ତ ପାଇଁ ଗତ ମାସରେ ଭୁବନେଶ୍ୱରରୁ ସିବିଆଇର ଏକ ଦଳ ଏଠାରେ ପହଁଚି ଖୋଳତାଡ ଆରମ୍ଭ କରିଥିଲେ । ଲାଛିପେଟା ଡାକଘରେ ଚଢଉ କରି ବହୁ ଗୁରତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଥିଲେ l ଶ୍ରୀ କଅଁରଙ୍କ ଏପରି କାମ କରିବା କେତେ ପ୍ରଯ୍ୟନ୍ତ ଠିକ ତାହା ସ୍ଥାନୀୟ ପ୍ରଶ୍ନ ବାଚୀ ସୃଷ୍ଟି ହେଇଛି l