କଳିଙ୍ଗ କୁସୁମ ଫାଉଣ୍ଡେସନ ପକ୍ଷରୁ ଚାରା ରୋପଣ କାର୍ଯ୍ୟକ୍ରମ

ଦେବଗଡ଼ (କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଉଟୁଣିଆଁ ପଞ୍ଚାୟତ ଅନ୍ତର୍ଗତ ହାଡ଼ସଂହାର କଲୋନୀ ସାହି ଠାରେ ଚାରା ରୋପଣ କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। କଳିଙ୍ଗ କୁସୁମ ଫାଉଣ୍ଡେସନ ଏବଂ ଇନ୍ ଫସିସ୍ ଆଦର୍ଶ ଅନୁଷ୍ଠାନ ତରଫରୁ ଆୟୋଜିତ ଚାରା ରୋପଣ କାର୍ଯ୍ୟକ୍ରମରେ ଉକ୍ତ ଗ୍ରାମର ୨ ଜଣ ହିତାଧିକାରୀଙ୍କ ୧୭ ଏକର ଜମିରେ ଚାରା ରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି।

ଏହି ପ୍ରକଳ୍ପରେ ଆମ୍ବ ଗଛ, ନଡ଼ିଆ ଗଛ ଠାରୁ ଆରମ୍ଭ କରି ଶାଗୁଆନ, ଶିଶୁ ପରି ମୂଲ୍ୟବାନ ବୃକ୍ଷ ଉକ୍ତ ଜମିରେ ଲାଗିବାର ବ୍ୟବସ୍ଥା କରାଯାଇଛି। ଚାରା ରୋପଣ ସମୟରେ ବୃକ୍ଷ ଗୁଡ଼ିକୁ ଯେପରି ଊଇ ଖାଇ ନଷ୍ଟ ନ କରିବେ ସେଥି ପାଇଁ ଚାରା ଗଛ ମୂଳରେ କ୍ଲୋରପାଇରିଫସ ସହିତ ନିମ୍ବ ପିଡ଼ିଆ ପକାଇ ଚାରା ଗଛକୁ ଲଗା ଯାଇଥିବା ଦେଖିବାକୁ ମିଳିଛି। ଗୋଟିଏ ଗଛରୁ ଅନ୍ୟ ଗଛର ଦୂରତା ୫ ମିଟର ରହୁଛି। ଯାହା ଫଳରେ ଖାଲି ସ୍ଥାନରେ ପନିପରିବା ସହିତ ଫୁଲ ଚାଷ ମଧ୍ୟ କରାଯାଇପାରିବ । ହିତାଧିକାରୀ ସଞ୍ଜୟ କୁମାର ପ୍ରଧାନ ଓ ଚୌଧୁରୀ ପ୍ରଧାନଙ୍କ ଜମିରେ ଚାରା ରୋପଣ କରାଯାଇଥିବା ଦେଖିବାକୁ ମିଳିଛି।

Comments
Loading...