ନବରଙ୍ଗପୁର (କୋଶଲ ନ୍ୟୁଜ୍):- ଝରିଗାଁ ବ୍ଲକ ଚକଲା ପଦର ପଂଚାୟତ ସଦର ମହକୁମା ଠାରୁ କଂଗ୍ରା ଯିବା ରାସ୍ତା ମଝିରେ କିଛି ଗଛ ରହିଥିବା ନଜରକୁ ଆସିଛି।ପ୍ରଶାସନ ପକ୍ଷରୁ ଗଛ କଟା ଯାଉ ନଥିବା ବେଳେ ବିପଦକୁ ଆମନ୍ତ୍ରଣ କରାଯାଉଛି।ବର୍ତ୍ତମାନ ପ୍ରଶାସନ ପକ୍ଷରୁ ରାସ୍ତା ଚଉଡା କରି ନିର୍ମାଣ କାମ ଚାଲିଛି।ରାସ୍ତା ଚଉଡା ହୋଇ ନିର୍ମାଣ କାମ ଚାଲିଥିବା ବେଳେ ରାସ୍ତା କୋଡ଼ର ଅତି ନିକଟରେ ଥିବା ଗଛ ଗୁଡ଼ିକ ରାସ୍ତାର ମଝିକୁ ଆସି ଯାଇଛି। ଚକଲା ପଦର ଗ୍ରାମ ଠାରୁ ଙ୍କଗ୍ରା ଗ୍ରାମ ଯିବା ମଧ୍ୟରେ ଦୁଇଟି ଗଛ ରାସ୍ତା ମଝିରେ ରହିଥିବା ବେଳେ ଆଉ କିଛି ଗଛ ରାସ୍ତାକୁ ଲାଗି କି ରହିଛି।ଯାହା ଫଳରେ ଦୁର୍ଘଟଣା ଘଟିବାର ସମ୍ଭାବନା ଅଧିକ ରହିଛି।ବିଶେଷ କରି ନୂଆ ରେ ଯାଉଥିବା ଲୋକ ମାନଙ୍କ ପାଇଁ ଅଧିକ ସମସ୍ୟା ଦେଖା ଦେଇଛି।ଏହି ରାସ୍ତା ଦେଇ ପଞ୍ଚାୟତର ବହୁ ଗ୍ରାମବାସୀ ଚକଲା ପଦର ପଞ୍ଚାୟତ ଓ ଝରିଗାଁ ବ୍ଲକ କୁ ଯିବା ଆସିବା କରୁଛନ୍ତି।ସେହିପରି ଶହ ଶହ ବାଇକ ଓ ଅନ୍ୟାନ୍ୟ ଗାଡି ଯାତାୟତ କରୁଛି।ତେଣୁ କୌଣସି ଦୁର୍ଘଟଣାକୁ ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହ ଗଛ ଗୁଡିକୁ ରାସ୍ତାରୁ ହଟାଇବା ପାଇଁ ଦାବି ହୋଇଛି।ଗ୍ରାମବାସୀ ବହୁ ବାର ରାସ୍ତାରୁ ଗଛ ହଟାଇବା ପାଇଁ ଅନୁରୋଧ କରିବା ପରେ ମଧ୍ୟ କୌଣସି ସୁଫଳ ମିଳି ନଥିବା ଅଭିଯୋଗ କରିଛନ୍ତି।
ରିପୋର୍ଟ : ମିହିର ଶଙ୍କର ପାତ୍ର (ନବରଙ୍ଗପୁର)