ପଞ୍ଚାୟତ ସ୍ତରୀୟ କ୍ରିଡ଼ା ମହୋତ୍ସବ ଉଦଘାଟିତ

ଦେବଗଡ଼ (କୋଶଲ ନ୍ୟୁଜ୍):- ଆଜି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କଣ୍ଟାବାହାଳ ଗ୍ରାମ ପଞ୍ଚାୟତ ହାଇସ୍କୁଲ ଖେଳ ପଡିଆ ରେ କଣ୍ଟାବାହାଳ ପଞ୍ଚାୟତ ସରପଞ୍ଚ କୁବେର ପ୍ରଧାନ ଙ୍କ ସଭାପତିତ୍ବ ରେ କଣ୍ଟାବାହାଳ ହାଇସ୍କୁଲ୍ ଖେଳ ପଡିଆ ଠାରେ ଦୁଇ ଦିବସୀୟ ଗ୍ରାମ ପଞ୍ଚାୟତ ସ୍ତରୀୟ କ୍ରୀଡା ମହୋତ୍ସବ-୨୦୨୫ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ଉଦ୍ଘାଟନୀ ଉତ୍ସବ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରିଆମାଳ ବ୍ଲକ BEO ରଞ୍ଜିତ ଭୋଇ, ସମ୍ମାନିତ ଅତିଥି ଭାବେ ପଳସମା ଗ୍ରାମ ପଞ୍ଚାୟତ ସରପଞ୍ଚ ସୁଶିଲ କୁମାର କଣ୍ଟାବାହାଳ ସମିତି ମେମ୍ବର ମଦନ ମୋହନ ପ୍ରଧାନ ଏବଂ CRCC ଗୌର ହରି ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ କ୍ରୀଡା ମହୋତ୍ସବକୁ ଉଦ୍ଘାଟନ କରିଥିଲେ। ଏହି କ୍ରୀଡା ମହୋତ୍ସବ ରେ ଗ୍ରାମ ପଞ୍ଚାୟତ ର ୬ ଟି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ବିଭିନ୍ନ ପ୍ରତିଯୋଗିତା ଖେଳରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ କଣ୍ଟାବାହାଳ ପଞ୍ଚାୟତ ସରପଞ୍ଚ କୁବେର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Comments
Loading...