ପିଏମ୍ ସୂର୍ଯ୍ୟ ଘର ଯୋଜନା


ଦେବଗଡ଼ (କୋଶଲ ନ୍ୟୁଜ୍):- ସ୍ଥାନୀୟ ଜ଼ିଲ୍ଲାପାଳ ଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ କେନ୍ଦ୍ର ସରକାରଙ୍କ ତରଫରୁ ପିଏମ ସୂର୍ଯ୍ୟଘର ଯୋଜନା ଟିପିଡବ୍ଲୁଓ ବିଭାଗ ପକ୍ଷରୁ ଜ଼ିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବୈଠକରେ ଅନୁଷ୍ଠିତ ହୋଇଯାଇଛି । ଦେବଗଡ଼ ଜ଼ିଲ୍ଲାର ତିନି ବ୍ଲକ ରେ ପିଏମ ସୂର୍ଯ୍ୟଘର ଯୋଜନା ରେ କିପରି ଲୋକ ମାନେ ସୋଲାର ଲଗାଇ ଲାଭବାନ ହେବେ ସେ ବିଷୟରେ ଆଲୋଚନା କରାଯାଇଥିଲା। ଦେବଗଡ଼ ଜ଼ିଲ୍ଲା ରେ ଲୋକ ମାନଙ୍କ ସୁବିଧା ପାଇଁ ଏହି ଯୋଜନା କାର୍ଯ୍ୟ କରାଯିବା ପାଇଁ ପ୍ରତି ବ୍ଲକ ଓ ପଂଚାୟତ ମାନଙ୍କରେ ସାଧାରଣ ସଭା କରାଯାଇ ଲୋକ ମାନଙ୍କୁ ସଚେତନତା କରାଯିବ। ବୈଠକରେ ଜ଼ିଲ୍ଲାପରିଷଦ ସଭ୍ୟା ରିଆମାଳ ବାସନ୍ତୀ ବେହେରା, ବ୍ଲକ ଅଧ୍ୟକ୍ଷା ତିଲେଇବଣି ବୃନ୍ଦାବତୀ ଭୋଇ, ବ୍ଲକ ଅଧ୍ୟକ୍ଷ ରିଆମାଳ ମଧୁସୂଦନ ପ୍ରଧାନ, ସୁପାରିଟେଣ୍ଡେଣ୍ଟ ଇଞ୍ଜିନିୟର ଶ୍ରୀନିବାସ ସ୍ୱାଇଁ, ନିର୍ବାହୀ ଯନ୍ତ୍ରୀ ଟିପିଡବ୍ଲୁଓ ରାଜୁ ସାହା ଓ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments
Loading...