ଦେବଗଡ଼ ଜିଲ୍ଲାରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ

ଦେବଗଡ଼ (କୋଶଲ ନ୍ୟୁଜ୍):-  ସ୍ଥାନୀୟ ଇନ୍ଦିରାଗାନ୍ଧୀ ଷ୍ଟାଡିୟମରେ ୬୭ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଅଛି। ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ ସହ ସମ୍ମିଳିତ ପ୍ୟାରେଡ ଅଭିବାଦନ ଗ୍ରହଣ କରି ସ୍ଵାଧୀନତା ସଂଗ୍ରାମୀଙ୍କ ସ୍ମୃତିଚାରାଣ କରିଥଲେ । ଜିଳ୍ଲାର ସାମଗ୍ରିକ ବିକାଶ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଜିଲ୍ଲାର ବିକାଶ ଧାରା ରେ ସମସ୍ତେ ସାମିଲ ହେବା ସହିତ ସହଯୋଗ କରିବାକୁ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଆବାହନ କରିଥିଲେ। ପ୍ରତ୍ୟୁଷ ସହରରେ ରାମ ଧୁନ ପରିବେଷଣ କରାଯାଇଥିବା ବେଳେ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।

ପ୍ୟାରେଡ କମାଣ୍ଡର ହମ୍ବିରା ସୋରେନ ଓ ସେକେଣ୍ଡ ଏଣ୍ଡ କମାଣ୍ଡ ହରମାନ ପିଅସ ସୋରେନ ନେତୃତ୍ୟ ରେ ଜିଲ୍ଲା ସ୍ତରୀୟ ପ୍ୟାରେଡ ରେ ୩୦ ଟି ଦଳ ଭାଗ ନେଇଥିଲେ। ୩୦ ଟି ଦଳ ମଧ୍ୟରୁ ୟୁନିଫର୍ମ ଦଳରେ (ପ୍ରଥମ)ଜିଲ୍ଲା ପ୍ରଶିକ୍ଷଣ ବିଦ୍ୟାଳୟ (ଦୂତୀୟ) ରାଜା ବାସୁଦେବ ବିଦ୍ୟାଳୟ ସ୍କାଉଟ, ସିଭିଲିଆନ ସିନିୟର୍ ରେ (ପ୍ରଥମ) ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, (ଦୂତୀୟ )ଆଦର୍ଶ ସ୍ନାତକ ମହାବିଦ୍ୟାଳୟ, ସିଭିଲିଆନ୍ ଜୁନିଅର ରେ (ପ୍ରଥମ) ବାଲ ଭାରତୀ ଇଂଲିଶ ମେଡିଅମ୍ ସ୍କୁଲ, (ଦୂତୀୟ) ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଜୁନିଅର, ରନିଂ ସିଲ୍ଡ ଓ କପ ମୁଖ୍ୟ ଅତିଥିଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ଜିଲ୍ଳା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ, ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ପ୍ରଜ୍ଞାପନ ମେଢ଼ କରାଯାଇଥିଲା । ୯ ଗୋଟି ବିଦ୍ୟାଳୟର ଛାତ୍ର ଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଦିବସ ଅବସରରେ ପୁର୍ବରୁ ଆୟୋଜିତ ହୋଇଥିବା ଓଡ଼ିଆ ବକ୍ତୃତା, ଦେଶାତ୍ମବୋଧକ ସଙ୍ଗୀତ, ଇଂରାଜୀ ବକ୍ତୃତା, ଚିତ୍ରାଙ୍କନ, ରଙ୍ଗୋଳୀ, କୌତୁକ ପୋଷାକ, ଦଳ ଗତ ଅଭିନୟ ଓ ଜଣା ଅଜଣା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ଟ୍ରଫି ଓ ମାନପତ୍ର ଦିଆଯାଇଥିଲା। ଏହି ଅବସରରେ ଉପ କାରାଗାର ଅନ୍ତବାସୀ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ରୋଗୀ ମାନଙ୍କୁ ଫଳ ଓ ମିଷ୍ଟାନ ବଣ୍ଟନ କରାଯାଇଥିଲା। ଅପରାହ୍ନ ରେ ଜିଲ୍ଲା ପ୍ରଶାସନ ଏକାଦଶ ବନାମ ବାର ଆସୋସିଏସନ୍ ଏକାଦଶ ଏକ ପ୍ରଦର୍ଶନୀ କ୍ରିକେଟ ମ୍ୟାଚ ରେ ବାର ଆସୋସିଏନ ଏକାଦଶ ଜିଲ୍ଲା ପ୍ରଶାସନକୁ ୬ ୱିକେଟ ରେ ହରାଇ ବିଜେତା ହୋଇଥିଲେ। ୩ ଘଟିକା ସମୟରେ ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସଦ ଓ ବାମଣ୍ଡା ସାହିତ୍ୟ ସଂସଦ ମିଳିତ ଆନୁକୂଲ୍ୟରେ ସଂସ୍କୃତି ଭବନ ଠାରେ କବିତା ପାଠ ଉତ୍ସବ୍ କରାଯାଇଥିଲା । ପରେ ପରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଚିତ୍ରାଙ୍କନ, ସ୍ଳୋଗାନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ଉପ ଜିଲ୍ଲାପାଳ ପରକ୍ଷିତ ସାହୁ,ସମ୍ମାନୀତ ଅତିଥି ଆଞ୍ଚଳିକ ପରିବହନ ଅଧିକାରୀ କେଶବ ଚନ୍ଦ୍ର ନାଏକ , ପ୍ରଫୁଲ୍ଲ ମହାପାତ୍ର, ଡକ୍ଟର ଭାରତ ଭୁଷଣ ନନ୍ଦ ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ରେ ଆରକ୍ଷୀ ଅଧିକ୍ଷକ ଅନିଲ କୁମାର୍ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ପୌରପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରି ଦେଇ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଧିରଜ କୁମାର ଚୋପରଦାର, ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ, ବରିଷ୍ଠ ନାଗରିକ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ , ସାମ୍ବାଦିକ, ନିମନ୍ତ୍ରିତ ଅତିଥି,ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମନୋରଞ୍ଜନ ସୂତାର କାର୍ଯକ୍ରମ କୁ ସଂଯୋଜନା କରିଥିଲେ।

Comments
Loading...