ଓଡ଼ିଆ ପକ୍ଷ ପାଳନ ତ୍ରୋୟଦଶ ଦିବସ ରେ ଆମ ରୁଚି ଆମ ଖାଦ୍ୟ


ଦେବଗଡ଼ (କୋଶଲ ନ୍ୟୁଜ୍):- ଆଜି ଦେବଗଡ଼ ଜିଲ୍ଲା ସ୍ଥାନୀୟ ଡ଼ିଏମସି ପାର୍କ ଠାରେ ଓଡ଼ିଆ ପକ୍ଷ ପାଳନର ତ୍ରୋୟଦଶ ଦିବସରେ ଆମ ରୁଚି ଆମ ଖାଦ୍ୟ ଅନୁଷ୍ଠିତ ହୋଇଯାଇଛି। ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ଦେବଗଡ଼ ପୌର ପରିଷଦ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଜିତ ଭୋଜ, ଉପଜିଲ୍ଲାପାଳ ପରକ୍ଷିତ ସାହୁ, ଜିଲ୍ଲା ନିୟୋଜନ ଅଧିକାରୀ ବିଜୟ କୁମାର ଉପାଧ୍ୟାୟ ପ୍ରମୁଖ ସାମିଲ ହୋଇ ଫିତା କାଟି ଆମ ରୁଚି ଆମ ଖାଦ୍ୟ ର ଶୁଭାରମ୍ଭ କରିଥିଲେ ।

କାର୍ଯ୍ୟକ୍ରମ ରେ ବିଭିନ୍ନ ଏସଏଜି ଗ୍ରୁପ, ମିଶନ ଶକ୍ତି ତରଫରୁ ପ୍ରସ୍ତୁତ ହୋଇଥିବା ବିଭିନ୍ନ ପ୍ରକାର ର ଓଡିଆ ଖାଦ୍ୟ ଯଥା ମାଣ୍ଡିଆ ଦ୍ୱରା ପ୍ରସ୍ତୁତ ପୋଡ ପିଠା, ଇଟିଲି, କେକ, ମଣ୍ଡାପିଠା, ଆରିଶା, ଏଣ୍ଡୁରି ପିଠା, କାକରା, ଦହିବରା, ଚକୁଳି, ସୁଜି କାକରା ପିଠା ପ୍ରଭୃତି ପ୍ରଦର୍ଶିତ କରିଥିଲେ । ଏଥିରେ ବହୁତ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇ ଓଡ଼ିଆ ଖାଦ୍ୟ ଖାଇବାର ମଜା ନେଇଥିଲେ । କାର୍ଯ୍ୟକ୍ରମ ରେ ତହସିଲଦାର କର୍ଣ୍ଣ ମଲ୍ଲିକ, ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ତଥା ଜିଲ୍ଲା ସସ୍କୃତି ଅଧିକାରୀ ମନୋରଞ୍ଜନ ସୁତାର, ସି ଏସ ଡି ଆର, ୪ ଟି ସ୍ୱୟଂ ସହାୟକ ଗୋଷ୍ଠୀ ଓ ବହୁତ ସଂଖ୍ୟାରେ ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ ।

Comments
Loading...