ଦେବଗଡ଼ (କୋଶଲ ନ୍ୟୁଜ୍):- ସ୍ବାମୀ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟ,ନୂଆପଡ଼ା, ଦେବଗଡ଼ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପଣ୍ଡିତ ରୋହିତ କୁମାର ଦାଶ ଉକ୍ତ ଉତ୍ସବକୁ ଉଦ୍ଘାଟନ କରିଥିଲେ । ଉକ୍ତ ଉତ୍ସବରେ ବରିଷ୍ଠ ବିଭାଗରେ ଓଡ଼ିଆ ଭାଷାରେ ପ୍ରବନ୍ଧ, କ୍ଷୁଦ୍ର ଗଳ୍ପ, ଗୀତ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଯାଇଛି ।

ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ କର୍ମଚାରୀମାନେ ପାରମ୍ପରିକ ପୋଷାକ ପରିଧାନ କରି ଓଡିଆ ପକ୍ଷ ପାଳନ କରୁଥିବା ବେଳେ ଉତ୍ସବକୁ ଅଧ୍ୟାପକ ବୁଦ୍ଧଦେବ ପ୍ରଧାନ, ଅଭୟ କୁମାର ସାହୁ, ଡଃ ଉମାକାନ୍ତ ସାହୁ, ଯଦୁମଣି ସାହୁ, ମାନସ ରଞ୍ଜନ ମହାପାତ୍ର,ସତୀଶ ମହାପାତ୍ର ,ରଘୁନାଥ ରାଉତ, ତନୋଜ କୁମାର ମହାପାତ୍ର,ସନ୍ତୋଷ କୁମାର ରାଉଳ,ଲକ୍ଷ୍ମୀପ୍ରିୟା ସାହୁ ତଥା ଅଣଶିକ୍ଷକ କର୍ମଚାରୀ ନରୋତ୍ତମ ସାହୁ, ତ୍ରିପୁରା ମୋହନ ମାଝୀ, ମନୋଜ କୁମାର ସାହୁ, ଇନ୍ଦ୍ରମଣି ମାଝୀ, ଅର୍ଜୁନ ସାହୁ, ଅଜିତ ପାତ୍ର, ପିପନ ସେଠୀ, ଶରତ ବେହେରା, ପ୍ରମୋଦ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ l ଶେଷରେ ସମସ୍ତଙ୍କୁ ପାରମ୍ପରିକ ଖାଦ୍ୟ ଦହିପଖାଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା l