ଟ୍ରେନ ଦୁର୍ଘଟଣା ଜଣକର ମୃତ୍ୟୁ

ବଲାଙ୍ଗୀର (କୋଶଲ ନ୍ୟୁଜ୍): ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କର୍ଲା ଫାଟକ ପାଖରେ ଗତକାଲି ସନ୍ଧ୍ୟା 5 ଘଣ୍ଟା ସମୟରେ ଜଣେ ବ୍ୟକ୍ତି ମାଲ୍ ଗାଡ଼ି ଟ୍ରେନ ରେ ପିଟି ହୋଇ ବାମ ଗୋଡ଼ ଭାଙ୍ଗି ଯାଇଥିଲା ,, ଏହାକୁ ଦେଖି ଫାଟକ ଜଗୁଆଳି ତୁରନ୍ତ ନିଜେ ରେଳୱେ ପୋଲିସ କୁ ଖବର ଦେଇ ତୁରନ୍ତ କଣ୍ଟାବାଞ୍ଜି ହସ୍ପିଟାଲ୍ ରେ ଭର୍ତି କରାଇଥିଲେ ,,ଚିକିତ୍ସା ଧୀନ ଅବସ୍ଥାରେ ରାତି 12 ଟା ସମୟ ରେ ହଠାତ୍ ତାଙ୍କ ପ୍ରାଣ ବାୟୁ ଉଡିଗଲା ମୃତକ ଜଣକ ହେଲେ ତୁରେକେଲା ବ୍ଲକ୍ ଅଧୀନସ୍ଥ ଘୁଞ୍ଚିଯୋର୍ ଗ୍ରାମର ଗୌର ବାଗ ବୟସ 36 ବର୍ଷ ,, ଡାକ୍ତର ଙ୍କ ମୃତ୍ୟୁ ଘୋଷଣା ପରେ ସ୍ଥାନୀୟ ପୋଲିସ ,, ରେଳୱେ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜ୍ଜୁ କରି ପୋଷ୍ଟ ମର୍ତନ୍ ପାଈ ,,ବ୍ୟବସ୍ଥା କରିଛନ୍ତି,,
ପ୍ରଶ୍ନ ଉଠୁଛି ଫାଟକ ଜଗୁଆଳି ଥିବା ବା ଫାଟକ ବନ୍ଦ ଥିବା ସମୟରେ ଜଣେ ଟ୍ରେନ ରେ ପିଟି ହୋଇଯିବା ,,ରେଲୱେ ବିଭାଗର ଅବହେଳା କୁ ସୂଚାଉଛି ,, ଏନେକ୍ ଏ ଭଳି ଘଟଣା ଘଟୁଥିଲେ ମଧ୍ୟ ଉକ୍ତ ବିଭାଗ ର ନିଦରେ,,ଏମାଙ୍କ ଅବହେଳା ଯୋଗୁଁ ବା ତତ୍ପରତା ନ ହେବା ଯୋଗୁଁ ଅନେକ ଲୋକଙ୍କର ଜୀବନ ଚାଲି ଯାଉଛି l ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କେମିତି ଏହି ବିଷୟରେ ଆଗକୁ ଧ୍ୟାନ ଡିଆ ଯିବା ବା ଦୁର୍ଘଟନା ରୋକି ହେବ ସେ ବିଷୟରେ ଧ୍ୟାନ ଆକଶ୍ରଣ ହେବ ନିଶ୍ଚିତ ବୋଲି କହିଛନ୍ତି

Comments
Loading...