ଅଲ୍ ଓଡିଶା ଅଙ୍ଗନୱାଡ଼ି ୱାର୍କରସ୍ ଆସୋସିଏସନ୍ ପକ୍ଷରୁ ଉପମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସିଡ଼ିପିଓଙ୍କୁ ଦାବିପତ୍ର ପ୍ରଦାନ

ଦେବଗଡ଼ (କୋଶଲ ନ୍ୟୁଜ୍):- ଭାରତୀୟ ମଜଦୂର ସଂଘ ତଥା ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡ଼ିଜ୍ ୱାର୍କରସ୍ ଆସୋସିଏସନ୍ ପକ୍ଷରୁ(ଏଫ୍. ଆର୍.ଏସ)ରେ ହେଉଥିବା ବିଭିନ୍ନ ସମସ୍ୟା ନେଇ ୧୦ଦଫା ଦାବିପତ୍ର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଉଦ୍ଦେଶ୍ୟରେ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ଶତାଧିକ ଅଙ୍ଗନୱାଡ଼ି କର୍ମୀ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରସ୍ ସଂଘ ଦ୍ଵାରା ରିଆମାଳ ସି. ଡି. ପି. ଓ ସୁପ୍ରଭା ମିଶ୍ରଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରାଯାଇଛି। ପୂର୍ବରୁ ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ ତାହାର କିଛି ସମାଧାନ ହୋଇନଥିଲା। ଫଳରେ ଆଜି ପୁନର୍ବାର ଅବଗତ କରାଇବା ସହ ଦେବଗଡ଼ ଜିଲ୍ଲାର ରିଆମାଳ, ବାରକୋଟ, ଓ ତିଲେଇବଣି ତିନି ବ୍ଲକର ସିଡିପିଓ ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଛି।

ସଂଘର ଦାବି ଗୁଡ଼ିକ ହେଲା, ପୋଷଣ ଟ୍ରାକର ରେ(ଏଫ୍. ଆର୍.ଏସ) ସମୟରେ ନେଟୱର୍କ ଅସୁବିଧା, ହାଇସ୍ପିଟ ଭର୍ଜନ୍ କାର୍ଯ୍ୟ କରିବାକୁ ଉନ୍ନତ ମାନର ମୋବାଇଲ, ଅଧାର ସହିତ ମୋବାଇଲ ନମ୍ବର ଲିଙ୍କ ନଥିବା, ନେଟୱର୍କ ଅସୁବିଧା ଯୋଗୁଁ ହିତାଧୀକାରୀ କେନ୍ଦ୍ରରୁ ବାରମ୍ବାର ଫେରିବା ଓ ଫୋଟ ଡିସମ୍ୟାଚ୍ ହେବା ଇତ୍ୟାଦି। ଏଣୁ ଉନ୍ନତ ମାନର ମୋବାଇଲ ସହିତ ଉନ୍ନତ ମାନର ନେଟୱର୍କ ଓ ୱାଇଫାଇ ର ବ୍ୟବସ୍ଥା କରିବା, ତିନି ମାସର ରିଚାର୍ଜ ବାବଦକୁ ୯ଶହ ଟଙ୍କା ଯୋଗାଇବା ସହିତ ୬ମାସକୁ ଥରେ ଫେସ୍ କ୍ୟାପଚର କରିବାକୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଉ, ପ୍ରତି ଶନିବାର କିଶୋରୀ ବାଳିକାଙ୍କ ନିମନ୍ତେ (ଏମ.ଏସ.ପି.ୱାଇ) ଯୋଜନାରେ ୨ଟି ସିଝା ଅଣ୍ଡା ଓ ୨ଟି କଞ୍ଚା ଅଣ୍ଡା ବଣ୍ଟନ କରିବା ଅତ୍ୟନ୍ତ ସ୍ବାଗତ ଯଗ୍ୟ କିନ୍ତୁ ଏହି ଯୋଜନାରେ ଆସୁଥିବା ଅର୍ଥ ରାଶି ଜଏଣ୍ଟ ଆକାଉଣ୍ଟରେ ପୂର୍ବରୁ ଜମା କରାଯାଉ। ସିଝା ଅଣ୍ଡା ନିମନ୍ତେ ଜାଳେଣି କେଉଁ ଅର୍ଥରୁ ଖର୍ଚ୍ଚ କରିବୁ ତାହା ସ୍ପଷ୍ଟ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେବାକୁ କହିଛନ୍ତି, ପ୍ରତି ବ୍ଲକରେ ଅଭିଯୋଗ ନିବାରଣ କମିଟି ଗଠନ କରି ସ୍ଥାନୀୟ ସମସ୍ୟାକୁ ସମାଧାନ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି, ହିତାଧିକାରୀଙ୍କ ନିମନ୍ତେ ଉଦ୍ଦିଷ୍ଟ ଉନ୍ନତ ମାନର ଖାଦ୍ୟ ସାମଗ୍ରୀ, ଅଙ୍ଗନୱାଡ଼ି ନିଜସ୍ଵ ଗୃହ ନିର୍ମାଣରେ ଆସୁଥିବା ଅର୍ଥ ରାଶିରେ ପୂର୍ବଭଳି ନିର୍ମାଣ କରି ଉନ୍ନତ ମାନର କେନ୍ଦ୍ର ତିଆରି ହେବା ସହିତ ପରିବାରର ଜଣଙ୍କୁ ସେହି ସ୍ଥାନରେ ସୁଯୋଗ ଦିଆଯାଉ ଓ ଦିଅ ଅବହେଳିତ ୱାର୍ଡକୁ ଉଚ୍ଛେଦ କରି ଅବସରପ୍ରାପ୍ତ ୱାର୍ଡ ବ୍ୟବହାର କରାଯାଉ ।  ଅବସରପ୍ରାପ୍ତ ସହାୟତା ରାଶି ୨ମାସ ମଧ୍ୟରେ ପ୍ରଦାନ କରାଯାଉ । ନିର୍ବାଚନ ଇସ୍ତାହାରକୁ ତୁରନ୍ତ ଲାଗୁ କରି କର୍ମୀ ଓ ସହାୟକଙ୍କ ମନବଳକୁ ବତାଇବା ସହିତ କାର୍ଯ୍ୟ ଦକ୍ଷତା ବୃଦ୍ଧି କରାଯାଉ। ନୂଆ ଶିକ୍ଷାନୀତି ରେ ଯୋଗ୍ୟତା ଭିତ୍ତିରେ ସହକର୍ମୀଙ୍କୁ ସୁଯୋଗ ଦେବାକୁ ଦାବି କରିଛନ୍ତି। ଦେବଗଡ଼ ଜିଲ୍ଲା ଭାରତୀୟ ମଜଦୂର ସଂଘ ତଥା ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରସ୍ ଆସୋସିଏସନ୍ ର ଜିଲ୍ଲା କୋଷାଧ୍ୟକ୍ଷ ଶ୍ରୀମତୀ ସଂଯୁକ୍ତା ସାହୁଙ୍କ ତତ୍ବାବଧାନରେ ଶ୍ରୀମତୀ ମଞ୍ଜୁଲତା ବାରିକ, ଅଞ୍ଜଳି ସାହୁଙ୍କ ସମେତ ରିଆମାଳ ବ୍ଲକର ଅନେକ ଅଙ୍ଗନୱାଡ଼ି କର୍ମୀ ପ୍ରମୁଖ ସାମିଲ ହୋଇଥିଲେ।

Comments
Loading...