ବାଲେଶ୍ବର (କୋଶଲ ନ୍ୟୁଜ୍):- ଜାତୀୟ ସଡ଼କ ସୁରକ୍ଷା ମାସ ଅବସରରେ ଚାଳକ ଏବଂ ଜନସାଧାରଣ ମାନଙ୍କୁ ସଚେତନତା, ଏବଂ କିପରି ନିଶାମୁକ୍ତ ଡ୍ରାଇଭର ସମାଜ ଗଠନ ହେବ ସେଥି ନିମନ୍ତେ ସଭାଯାତ୍ରା ।ଓଡିଶା ଡ୍ରାଇଭର ମହାସଂଘ ର ବିଶେଷ କରି ଦୁର୍ଘଟଣା ହାର କମାଇବା ସଡ଼କ ମାସ ର ମୁଖ୍ୟ ଉଦେଶ୍ୟ,, ଓଡ଼ିଶା ଆଞ୍ଚଳିକ ପରିବହନ ବିଭାଗ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଏବଂ ଜଳେଶ୍ଵର ବ୍ଲକ ଜଳେଶ୍ଵର ଥାନା IIC ଙ୍କ ତତ୍ତାବଧାନରେ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଡ୍ରାଇଭର ସଂଘ ଭାଇ ମାନଙ୍କୁ ନେଇ ରାଲି ମାଧ୍ୟମରେ ଜଳେଶ୍ୱର ଥାନା ପରିସରରୁ ଜଳେଶ୍ଵର ବଜ଼ାର ପ୍ରଯ୍ୟନ୍ତ ଜନସାଧାରଣ ଏବଂ ଡ୍ରାଇଭର ଭାଇ ମାନଙ୍କୁ ସଚେତନତା କରାଇଥିଲେ,, ସଡ଼କ ସୁରକ୍ଷା ଜୀବନ ରକ୍ଷା – କିପରି ହେଲିମେଣ୍ଟ ପରିଧାନ କରି ଗାଡ଼ି ଚାଳନ କରିବା ,ସିଟ୍ ବେଲ୍ଟ ପରିଧାନ କରିବା , ଟ୍ରାଫିକ ନିୟମ ମାନିବା , ଏବଂ ଗାଡ଼ି ଚଲାଇବା ସମୟରେ ନିଶା ସେବନ ରୁ ଦୁରେଇ ରହିବା , ନିଜେ ସୁରକ୍ଷିତ ରହିବା ସହିତ ଅନ୍ୟକୁ ସୁରକ୍ଷିତ ଦେବା , ଏହି ପରି ସ୍ଲୋଗାନ ଦେଇ ଜନସାଧାରଣ ଙ୍କୁ ସଚେତନତା କରାଇଥିଲେ, ଉକ୍ତ କାର୍ଯ୍ୟକ୍ରମ ରେ ଜଳେଶ୍ୱର ବ୍ଲକ ସଭାପତି ଶମ୍ଭୁନାଥ ବେହେରା, ଉପ ସଭାପତି ଦେବୁ ଦାସ, ସମ୍ପାଦକ ମିରୁ ୱାଜତ, ସହ ସମ୍ପାଦକ ଚନ୍ଦନ ସିଂ, କୋଷାଧକ୍ଷ ଭାସ୍କର ମୋହଲା ଓ ବାଲେଶ୍ୱର ଜିଲ୍ଲା ଏବଂ ଜଳେଶ୍ଵର ବ୍ଲକ ଆଡ଼ମିନ ଚନ୍ଦନ ଭାଇ ଓ ୩୦ ଗୋଟି ପଞ୍ଚାୟତ ର ସମସ୍ତ ଡ୍ରାଇଭର ଭାଇମାନେ ସହଯୋଗ କରିଥିଲେ,, ଏପରି ଡ୍ରାଇଭର ଭାଇ ମାନଙ୍କ ମହତ୍ୱ କାର୍ଯ୍ୟ କୁ ଦେଖି ଜଳେଶ୍ଵର ଥାନା ଅଧିକାରୀ ସମସ୍ତ ଭାଇ ମାନଙ୍କୁ ମିଠା ବଣ୍ଟନ କରିଥିଲେ, ଏବଂ ଡ୍ରାଇଭର ମହା ସଂଘ ଜନସାଧାରଣ ଙ୍କ ସମ୍ମୁଖରେ ପ୍ରଶଂଶିତ ହୋଇପାରିଛନ୍ତି ।
