ନୁଆଡିହି କଲେଜରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ଦେବଗଡ଼ (କୋଶଲ ନ୍ୟୁଜ୍):- ପଞ୍ଚପାଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନୁଆଡ଼ିହିରେ ଓଡ଼ିଆ ଅଧ୍ୟାପକ ଶ୍ରୀଯୁକ୍ତ ହୃଷୀକେଶ ଭୋଇଙ୍କ ସଂଯୋଜନାରେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା। ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନର ଭାରପ୍ରାପ୍ତ ଅଧ୍ୟକ୍ଷ ତପନ କୁମାର ବେହେରା ଯୋଗ ଦେଇ ସମସ୍ତ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ସମ୍ମାନିତ ଅତିଥି ଭାବରେ ଇତିହାସ ଅଧ୍ୟାପିକା ବର୍ଷା ବନ୍ଦିତା ଗଡ଼ନାୟକ, ଇଂରାଜୀ ଅଧ୍ୟାପକ ଡିଲେଶ୍ୱର ପୋଳ, ରାଜନୀତି ବିଜ୍ଞାନ ଅଧ୍ୟାପକ ଯୁଗଳ କିଶୋର କିସାନ, ଅର୍ଥଶାସ୍ତ୍ର ଅଧ୍ୟାପିକା ବନିତା ମାଝୀ , ଶିକ୍ଷକ ଓମ ପ୍ରକାଶ ପ୍ରଧାନ , ଶିକ୍ଷକ ଦୁଷ୍ମନ୍ତ ସାହୁ ଉପସ୍ଥିତ ରହି ବିଦ୍ୟାର୍ଥୀଙ୍କୁ ଉଚିତ୍ ପଥ ଦର୍ଶନର ଉପଦେଶ ଦେବା ସହ ନିଜର ମତ ବ୍ୟକ୍ତ କରିଥିଲେ ଏବଂ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପ୍ରଥମ ବର୍ଷର ଛାତ୍ରୀ ଉର୍ମିଳା ମହାନନ୍ଦ ମଞ୍ଚ ପରିଚାଳନା କରିଥିଲେ ।ଶେଷରେ ଓଡ଼ିଆ ଅଧ୍ୟାପିକା କଳ୍ପନା ହରିଜନ ଧନ୍ୟବାଦ ଅର୍ପଣ କରି ସଭା ଭଙ୍ଗ କରିଥିଲେ।

Comments
Loading...