ନବରଙ୍ଗପୁର:-ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଗଞ୍ଜେଇ ଚାଲାଣ ମାମଲାରେ ଜଣେ ଆସାମୀକୁ ଆଜି କୋଷାଗୁମୁଡ଼ା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଆସାମୀ ଜଣକ କୋଟପାଡ଼ ଥାନା ଶିରିସି ଗ୍ରାମର ପର୍ଶୁରାମ ମାଝୀ ( ୩୩ ) । ମିଳିଥିବା ସୂଚନା ଅନୁଯାୟୀ କୋଷାଗୁମୁଡ଼ା ପୋଲିସ ଆଜି ସକାଳ ପ୍ରାୟ ୫ ଘଣ୍ଟା ସମୟରେ କୋଷାଗୁମୁଡ଼ା ଥାନା ଅନ୍ତର୍ଗତ ଦାଡିଆଗୁଡା ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ଇନ୍ଦ୍ରାବତୀ ନଦୀଘାଟ ନିକଟରୁ ଏକ ମୋଟର ସାଇକେଲରେ ଗଞ୍ଜେଇ ଚାଲାଣ ହେଉଥିବା ପୋଲିସ ସନ୍ଦେହ କରିଥିଲା ।

ବାଇକ କୁ ଅଟକାଇବା ପରେ ପୁଲିସ ଯାଞ୍ଚ କରିବାରୁ ପର୍ଶୁରାମ ଠାରୁ ପ୍ରାୟ ୫୪ କିଲୋ ୨୫୦ ଗ୍ରାମ ଗଞ୍ଜେଇ ସହ ଗ୍ରୀନ କାର୍ଡ , ଏଟିଏମ , ଡ୍ରାଇରିଂ ଲାଇସେନ୍ସ , ପାନକାର୍ଡ ଜବତ କରିବା ପରେ ଆଜି ଆସାମୀକୁ କୋର୍ଟ ଚାଲାଣ କରାଯାଇଥିବା ସହ ବାଇକ କୁ ପୁଲିସ ଜବତ କରିଥିବା କୋଷାଗୁମୁଡ଼ା ଥାନା ଅଧୁକାରୀ ନଟବର ନନ୍ଦ ସୂଚନା ଦେଇଛନ୍ତି ।
ମିହିର ଶଙ୍କର ପାତ୍ର
___ଜିଲ୍ଳା ସମ୍ବାଦଦାତା ( ନବରଙ୍ଗପୁର )