ନବରଙ୍ଗପୁର(କୋଶଲ ନ୍ୟୁଜ୍):-ଡାବୁଗାଁ ବ୍ଲକ ଡାଵୁଗାଁ ପଞ୍ଚାୟତ ସମିତି ବୈଠକ ଗୃହରେ ଓ.ସେ.ପା . ଭୁବନେଶ୍ଵର ତରଫରୁ ଓସ୍ୱାନ କନଫରେନ୍ସ ପଞ୍ଚାୟତ ସମିତି ଡାବୁଗାଁ ଗୃହରେ ସି.ଟି.ଏସ .ସର୍ଭେ ର ଭିଡିଓ କନଫରେନ୍ସ ବୈଠକରେ ଡାଵୁଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଶ୍ମିତା ନେତମ୍ , ବି.ଆର.ସି.ସି. ଭଗବାନ ମାଝି ,ସି.ଆର.ସି.ସି .ଗୁପ୍ତେ ପ୍ରସାଦ ନାଗ ଓ ପାପଡ଼ା ହାଣ୍ଡି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ସାଗର ,ଯୁଗସାଇ ପୂଜାରୀ, ରାଜେଶ ମୂଣ୍ଡାରୀ, ପ୍ରମୁଖ ଯୋଗଦାନ କରିଥିଲେ।ଭିଡିଓ କନଫେରେନସ ବୈଠକ ରେ ସର୍ଭେ ଶିକ୍ଷକ, ପ୍ରଧାନ ଶିକ୍ଷକ,ସି.ଆର.ସି.ସି. ବି.ଇ.ଓ .ର କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଆଲୋଚନା ହୋଇଥିଲା । ସି.ଟି.ଏସ. ଆପ କୁ ଡିଲିଟ କରିବାକୁ ମନାକରାଯାଇଥିଲା। ଭୁବନେଶର ଶିକ୍ଷା ନିର୍ଦ୍ଦେଶକ ସନାତନ ପଣ୍ଡାଙ୍କ ଅଧ୍ୟକ୍ଷତା ରେ ଆଜିର ବୈଠକ ପରିଚାଳନା କରା ଯାଇ ଥିଲା।
ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର