ପାରମ୍ପରିକ ବୋରିଗାଁ ମଣ୍ଡେଇ ସମ୍ପନ୍ନ

ନବରଙ୍ଗପୁର(କୋଶଲ ନ୍ୟୁଜ୍):-ଧୂମଧାମରେ ଏବଂ ପାରମ୍ପରିକ ରୀତିନୀତିରେ ବୋରିଗାଁ ମଣ୍ଡେଇ ପାଳିତ ହୋଇ ଯାଇଛି। ଏହି ଅବସରରେ ଲାଠି, କୁର୍ସୀ, ଶିରା, ଦିଶାରୀ, ପୂଜାରୀ ମାନଙ୍କ ସହ ବିଧାୟକ ମନୋହର ରନ୍ଧାରି, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ହିନ୍ଦୁ ମହାସଂଘ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୟନ୍ତ କୁମାର ପାତ୍ର,  ଏମ୍ ଆପା ରାଓ, ବୁଲୁ ରାଓ, ଲିପିକା ମାଝୀ, ବରିଷ୍ଠ ଆଇନଜୀବୀ ମିହିର ଶଙ୍କର ପାତ୍ର, ସୁରେନ୍ଦ୍ର ବିଷୟୀ, ଡାବୁଗାଁ ସାମ୍ବାଦିକ ସଂଘ ଉପ ସଭାପତି ଗଗନ ଗନ୍ତାୟତ, ଯୁବନେତା ଜି. କିରଣ କୁମାର, ସରପଞ୍ଚ ଶୁକ୍ରୁ ପୂଜାରୀ, କୃଷ ପନକା, ଲୈଖନ୍ ପନକା, ଚନ୍ଦ୍ର ପନକା, ଦଶମୁ କଲାର, ଅଯୋଧ୍ୟା ମାଳୀ, ପ୍ରମୁଖ ମଣ୍ଡେଇ ଯାତ୍ରା ପରିକ୍ରମା କରିଥିଲେ। ସୁକାଲୁ ପୂଜାରୀ, ସତମନ ପୂଜାରୀ, ଯୋଗ ପୂଜାରୀ, ଈଶ୍ୱର ମାଝୀ ଓ ଅନ୍ୟମାନେ ପୂଜାର୍ଚ୍ଚନା ସମ୍ପନ୍ନ କରିଥିଲେ। ରାତି ରେ ଚିତ୍ତବିନୋଦନ ପାଇଁ ଗୀତିନାଟ୍ୟ ର ସୁବ୍ୟବସ୍ଥା ହୋଇ ଥିବା ସ୍ଥଳେ ଆଖପାଖ ଅଞ୍ଚଳରୁ ଶ୍ରଦ୍ଧାଳୁମାନେ ଆସି ଗ୍ରାମ ଦେବାଦେବୀ ଙ୍କୁ ଦର୍ଶନ କରିଥିଲେ।

ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments
Loading...