ଫସଲ ନଷ୍ଟ କୁ ନେଇ ଉଦବେଗ ପ୍ରକାଶ କଲା ରାଷ୍ଟ୍ରବାଦୀ କୃଷକ ମହାସଂଘ

ନବରଙ୍ଗପୁର (କୋଶଲ ନ୍ୟୁଜ୍) ଡାବୁଗାଁ ରାଷ୍ଟ୍ରବାଦୀ କୃଷକ ମହାସଂଘ ବ୍ଲକ ସଭାପତି ରତନ କଲାର ଏବଂ ସାଧାରଣ ସଂପାଦକ ବିଚିତ୍ର ହରିଜନ ଧାନ ତଳି ଫସଲ ନଷ୍ଟକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଡାବୁଗାଁ ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତ ର ସରପଞ୍ଚ ଏବଂ ଅଧିକାରୀ ମାନେ ଯଥା ଶୀଘ୍ର ଧାନ ଫସଲ ନଷ୍ଟ କରୁଥିବା ବୁଲା ଗୋରୁଗାଈ ଜବତ ପାଇଁ କାଞ୍ଜିଆ ହୁଦା (ବନ୍ଦଲଦୁଡି) ବ୍ୟବସ୍ଥା କରନ୍ତୁ ଓ ପଶୁ ସମ୍ପଦ କୁ ତଦାରଖ ନ କରି ଛାଡ଼ି ଦେଉଥିବା ମାଲିକ ମାନଙ୍କ ଠାରୁ ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ ଅନୁସାରେ ଜରିମାନା ଆଦାୟ ବ୍ୟବସ୍ଥା କରନ୍ତୁ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି।

Comments
Loading...