ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନିମାଇ ଚରଣ ସୁତାର ଆଜି ୩୧ .୫. ୨୦୨୧ ତାରିଖରେ ସରକାରୀ ସେବା କାର୍ଯ୍ୟରୁ ଅଵସର ଗ୍ରହଣ କରିଛନ୍ତି । ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ସାମାଜିକ ଦୂରତା ରକ୍ଷା କରିବା ସହିତ କୋଭିଡ ନିୟମ ର ମାର୍ଗଦର୍ଶିକା ପାଳନ କରି ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ଶ୍ରୀ ସୁତାର ଙ୍କ ଅଫିସରେ ତାଙ୍କର କାର୍ଯ୍ୟଶୈଳୀ, କାର୍ଯ୍ୟଦକ୍ଷତା, ଅମାୟିକ ବନ୍ଧୁତା, ଏବଂ ସମସ୍ତଙ୍କ ପ୍ରତି ଥିବା ତାଙ୍କର ନିଷ୍ଠାପର ସହଯୋଗ କୁ ମନେ ପକାଇ ଶ୍ରଦ୍ଧାର ସହିତ କୃତଜ୍ଞତା ଜ୍ଞାପନ କରିଥିଲେ। ଏତଦ୍ ବ୍ୟତୀତ, ତାଙ୍କର ଦୀର୍ଘାୟୁ, ଉତ୍ତମ ସ୍ୱାସ୍ଥ୍ୟ କାମନା କରି, ପରିବାର ସହ ଅବସର କାଳୀନ ବାକି ସମୟ ଶୁଭଙ୍କର ହେଉ ବୋଲି ଭଗବାନଙ୍କ ନିକଟରେ ସମସ୍ତେ ପ୍ରାର୍ଥନା କରିଥିଲେ। ଏହି ସଭାରେ ପ୍ରକଳ୍ପ ନିର୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ରମାକାନ୍ତ ନାୟକ, ଉପଜିଲ୍ଲାପାଳ, ଭାସ୍କର ରୋଇତ, ଡେପୁଟି ଜିଲ୍ଲାପାଳ, ନିର୍ମଳ ନାୟକ, ମୌସୁମୀ ନାୟକ, ଅନାମିକା ପାଣ୍ଡେ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ପଞ୍ଚାନନ ପଣ୍ଡା, ଜିଲ୍ଲା ମଙ୍ଗଳ ଅଧିକାରୀ, ପବିତ୍ର ମୋହନ ପ୍ରଧାନ, ଆସିଷ୍ଟାଣ୍ଡ ଜିଲ୍ଲାପାଳ, ପୁଷ୍ପାଞ୍ଜଳି ଦଣ୍ଡପାଟ, କମଲେଶ ମହନ୍ତ, ଜିଲ୍ଲାପାଳ ଙ୍କ ବ୍ୟକ୍ତିଗତ ସହାୟକ ଏ. ସୁରେଶ, ସମସ୍ତ ସେକ୍ସନ ଅଫିସର, DIO ବିଶ୍ୱରଂଜନ ଭୁକ୍ତା ଅଶୋକ ଚକ୍ରବର୍ତ୍ତୀ, କବିତା ବ୍ରହ୍ମା, ଦୁର୍ଗମାଧଵ ପଣ୍ଡା, ସଂଜୀବ ପଣ୍ଡା, ସତ୍ୟନାରାୟଣ ସାହୁ, ସାମଲ ସିଂ, ହର୍ଷା ଜୈନ, ପ୍ରଫୁଲ ପାତ୍ର, ଜିତେନ୍ଦ୍ର ଚୌଧୁରୀ, ପ୍ରକାଶ ବାରିକଙ୍କ ସହିତ ଜିଲ୍ଲା କାର୍ଯ୍ୟାଳୟ ର କର୍ମଚାରୀ ବୃନ୍ଦ ଯୋଗ ଦେଇଥିଲେ ।
