ଗ୍ରାମୀଣ ବ୍ୟାଙ୍କ ଗୃହକୁ ଧକ୍କା ଦେଲା କାର, ଜଣେ ଗୁରୁତର

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପଣ୍ଡିକଟୋ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପ୍ରଧାନୀଗୁଡା ଛକ ନିକଟରେ ରହିଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଗୃହକୁ ଧକ୍କା ଦେଲା କାର। ଏଥିରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛିସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା କାଉଡୋଳା ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁମଡ଼ାମୁଣ୍ଡା ଗ୍ରାମର ଭକ୍ତରାମ ପାତ୍ର (୪୫), ତୁଲାରମ ନାୟକ (୩୦) ଏକ କାର (ଓଡ଼ି ୦୮ ଜି ୪୪୪୦) ଯୋଗେ ବୁଧୁବାର ଦିନ କୌଣସି କାମରେ ନବରଙ୍ଗପୁର ଆସିଥିଲେ । କାମ ସରିବା ପରେ ଉଭୟ ନିଜ ଘରକୁ ଫେରିଥିଲେ ।ତେବେ ସନ୍ଧ୍ୟା ୬ ଘଣ୍ଟା ସମୟରେ ପ୍ରଧାନୀଗୁଡା ଛକ ନିକଟରେ ରହିଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଗୃହ କୁ କାରର ଭାରସାମ୍ୟ ହରାଇ ଧକ୍କା ହୋଇଥିଲା। ଦୁର୍ଘଟଣାରେ କାର ଚାଳକ ତୁଲାରାମ କିଛି ହୋଇନଥିବା ବେଳେ ଭକ୍ତରାମ ଗୁରୁତର ଆହତ ହୋଇଛନ୍ତି । ପରେ ଗ୍ରାମବାସୀ ଦୁହେଁକୁ ଉଦ୍ଧାର କରିଥିଲେ । ସନ୍ଦୀପ କୁମାର ବିଷୋୟୀ ଜଣେ ଯୁବକ ଦୁହେଁକୁ ନିଜ ବାଇକ ଆଣି ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଭକ୍ତରାମ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି ।

Comments
Loading...