ଡାବୁଗାଁ, ୨୩/୬ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟ|ଳୟରେ କାର୍ଯ୍ୟରତ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଲକ୍ଷ୍ମୀକାନ୍ତ ବାହିନୀପତି ଆଜି ୩୧॰୦୫॰୨୦୨୧ ତାରିଖରେ ସରକାରୀ ସେବା କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି | ଏହା ସହ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମହେଶ ଚନ୍ଦ୍ର ଶାହା କୋରାପୁଟ ଜିଲା ର କୁନ୍ଦ୍ରା ବ୍ଲକ କୁ ବଦଳି ହୋଇଯାଇଛି | ସେଥିନେଇ ବ୍ଲକ ଗଣଶିକ୍ଷକ ଓ ଏକ୍ସ କ୍ୟାଡର ଶିକ୍ଷକ ସଂଘ ତରଫରୁ ୨ ଜଣଙ୍କୁ କୋଇଲାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସାମାଜିକ ଦୂରତା ରକ୍ଷା କରିବା ସହିତ କରୋନା ନିୟମର ମାର୍ଗଦର୍ଶିକା ପାଳନ କରି, ମୁହଁରେ ମାସ୍କ ପିନ୍ଧି ସଂଘ ବ୍ଲକ ସଭାପତି ବଲ୍ଲଭ ନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅବସରକାଳୀନ ଓ ଅନ୍ୟତ୍ର ବଦଳି କାଳୀନ ସମ୍ବର୍ଦ୍ଧନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି | ସଭାରେ ଶ୍ରୀ ବାହିନୀପତି ଙ୍କ ରହଣି କାଳରେ ତାଙ୍କର କାର୍ଯ୍ୟଶୈଳୀ, କାର୍ଯ୍ୟଦକ୍ଷତା, ଅମାୟିକ ବନ୍ଧୁତା ଏବଂ ସମସ୍ତଙ୍କ ପ୍ରତି ଥିବା ତାଙ୍କର ନିଷ୍ଠାପର ସହଯୋଗକୁ ମନେ ପକାଇ ଶ୍ରଦ୍ଧାର ସହିତ କୃତଜ୍ଞତା ଜ୍ଞାପନ କରିଥିଲେ |

ଏତତବ୍ୟତୀତ ତାଙ୍କର ଦୀର୍ଘାୟୁ କାମନା କରି, ପରିବାର ସହ ଅବସରକାଳୀନ ବାକି ସମୟ ଶୁଭଙ୍କର ହେଉ ବୋଲି ଭଗବାନଙ୍କ ନିକଟରେ ଶିକ୍ଷକ ମାନେ ପ୍ରାଥନା କରିଥିଲେ | ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମହେଶ ଚନ୍ଦ୍ର ଶାହାଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରଯାଇଥିଲା | ଏହି ଅବସରରେ ଅବସରପ୍ରାପ୍ତ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଲକ୍ଷ୍ମୀକାନ୍ତ ବାହିନୀପତି ସମସ୍ତ ଶିକ୍ଷକ ଙ୍କୁ ସମାନ ଦୃଷ୍ଟିରେ ଦେଖିବା ସହ ସମସ୍ତ ଶିକ୍ଷକ ଙ୍କ ସୁବିଧା ଅସୁବିଧାରେ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ | ଏଥିରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ କୃଷ୍ଣଚନ୍ଦ୍ର ପଣ୍ଡା, ରତିକାନ୍ତ ନାୟକ, ରାଇସିଂ ପୂଜାରୀ, ପ୍ରକାଶ ଚନ୍ଦ୍ର ଖଟୁଆ, ହେମଧର ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ | ବ୍ଲକ ଗଣଶିକ୍ଷକ ଓ ଏକ୍ସ କ୍ୟାଡର ଶିକ୍ଷକ ସଂଘ ଉପସଭାପତି ନରସିଂ ମାଝୀ, ସମ୍ପାଦକ ଜିତେନ୍ଦ୍ର କୁମାର ମାଝୀ, କୋଷାଧ୍ୟକ୍ଷ ଦୂର୍ଗା ପ୍ରସାଦ ରଥ, ରବୀନ୍ଦ୍ରନାଥ ପ୍ରଧାନ, ବିଶ୍ଵେଶ କୁମାର ତ୍ରିପାଠୀ, ପ୍ରଦୀପ କୁମାର ପାଢୀ, ଏମ୍॰ ଶ୍ରୀନିବାସ ରାଓ, ଭକଚନ୍ଦ ମାଝୀ ଓ ସମସ୍ତ ଶିକ୍ଷକମାନେ ଉପସ୍ଥିତ ଥିଲେ |