ଡାବୁଗାଁ ବସଷ୍ଟାଣ୍ଡ ନିକଟରେ ଟ୍ରିପର ତଳେ ଚାପି ହୋଇ ଜଣେ ମୃତ

ନବରଙ୍ଗପୁର:- ଡାବୁଗାଁ ବସଷ୍ଟାଣ୍ଡ ନିକଟରେ  ଡାବୁଗାଁ – ବୋରିଗାଁ ରାସ୍ତା ଉପରେ ଏକ ଟ୍ରିପର ଚକା ତଳେ ଜଣେ ଚାପି ହୋଇ  ମୃତ୍ୟୁ ବରଣ କରିଥିବା ଦେଖିବକୁ ମିଳିଛି। ସୁଚନା ଯୋଗ୍ୟ ଡାବୁଗାଁ ଗ୍ରାମର ରାଜୁ ୟାଦବ (୫୩) ଡାବୁଗାଁ – ବୋରିଗାଁ ରାସ୍ତା କଡ ରେ ଏକ ଟିଫିନ୍ ହୋଟେଲ କରି ଚଳି ଆସୁଥିଲେ । ଗୁରୁବାର ସକାଳ ପ୍ରାୟ ୧୧ ଘ ସମୟରେ ସେ କୌଣସି କାମରେ ନିଜ ହୋଟେଲ ରୁ ବାହାରି ଯାଉଥିବା ସମୟରେ ଏକ ଟ୍ରିପର ନଂ ଓଡି ୨୬ ଜି ୩୬୩୦ ଡାବୁଗାଁ ପଟୁ  ବୋରିଗାଁ ରାସ୍ତାରେ ଯାଉଥିବା ବେଳେ ଟ୍ରିପର ଚକାତଳେ ଚାପି ହୋଇ ଯାଇଥିଲେ ଫଳରେ ଘଟଣସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଟ୍ରିପରର ପଛ ଚକା ମୃତ ବ୍ୟକ୍ତିଉପରେ ଚାପି ହେବାପରେ ଡ୍ରାଇଭର ଗାଡି ନ ଅଟକାଇ ସେଠାରୁ ଗାଡି ନେ଼ଇ ଚାଲିଗଲା ଏବଂ ମଝିଗୁଡ଼ା ନିକଟରେ ଗାଡି ରଖି  ଫେରାର ହୋଇଯାଇଛି । ଏହି ଘଟଣା ପରେ  ପରିବାର ଲୋକେ ରାସ୍ତା ଅବରୋଧ କରିଥିଲେ । ସୂଚନା ପାଇ ଘଟଣା ସ୍ଥଳରେ ଡାବୁଗାଁ ପୋଲିସ୍ ପହଞ୍ଚି ଥିଲା ଏବଂ ଟ୍ରିପର କୁ ଜବତ କରି ଡାବୁଗାଁ ଥାନା ପରିସରରେ ରଖି ଘଟଣାର ତଦନ୍ତ ଜାରି ରଖିଛନ୍ତି । ଡାବୁଗାଁ ରେ ଏପରି ଦୂର୍ଘଟଣା ର ହେଉଥିବା ମୂଖ୍ୟ କାରଣ ହେଉଛି ଡାବୁଗାଁ – ଵରିଗାଁ ରାସ୍ତା ଓ ଡାବୁଗାଁ – ମାନିଗାଁ ର ରାସ୍ତା କଡ଼ରେ ଥିବା ଉଠା ଦୋକାନୀ ମାନେ ରାସ୍ତା କୁ ଲଗାଇ କେବିନ୍ ଗୁଡ଼ିକ ପକାବା ଦ୍ଵାରା ଏହି ଦୁଇ ଲାଇନ୍ ରେ ପ୍ରତ୍ୟେକ ଦିନ ଟ୍ରାଫିକ ସମସ୍ୟା ବଢିବାରେ ଲାଗିଛି।ଏବଂ ଏଭଳି ଛଟ ବଡ଼ ଦୁର୍ଘଟଣା ଘଟି ଠାଉଛି। ଏଥି ପ୍ରତି ସ୍ଥାନୀୟ ପ୍ରଶାସନ  ଦୃଷ୍ଟି ଦେବାକୁ ଜନ ସାଧାରଣ ଦାବିହେଉଛି।

ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments
Loading...