ନବରଙ୍ଗପୁର ଅମଲା ସଂଘ ତରଫରୁ ଜିଲ୍ଲାପାଳଙ୍କ ନିକଟରେ ଏକ ଦାବି ପତ୍ର ପ୍ରଦାନ

ନବରଙ୍ଗପୁର (କୋଶଲ ନ୍ୟୁଜ୍) ନବରଙ୍ଗପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ନବରଙ୍ଗପୁର ରେ କାର୍ଯ୍ୟରତ ରାଜସ୍ୱ ଅମଲା ଙ୍କ ପ୍ରତି ପ୍ରକଳ୍ପ ନିର୍ଦେଶକ ରମାକାନ୍ତ ନାୟକ ଙ୍କ ଅଭ୍ୟାସ ଗତ ଦୁର୍ବ୍ୟବହାର କୁ ସହ୍ୟ କରି ନ ପାରି ଓଡିଶା ରାଜସ୍ୱ ଅମଲା, ଜିଲ୍ଲା ଶାଖା ନବରଙ୍ଗପୁର ତରଫରୁ ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଯଦି, ଶ୍ରୀ ନାୟକଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ, ଓଡିଶା ରାଜସ୍ୱ ଅମଲା ସଙ୍ଘ, ଜିଲ୍ଲା ଶାଖା, ନବରଙ୍ଗପୁର ପରବର୍ତ୍ତୀ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ପଦକ୍ଷେପ ନେଇଛନ୍ତି। ଦାବି ପ୍ରଦାନ ସମୟରେ ଜିଲ୍ଲା ଶାଖା ମୁଖ୍ୟ ଉପଦେଷ୍ଟା କେ. ଅଶୋକ ଚକ୍ରବର୍ତ୍ତୀ, ଜିଲ୍ଲା ସଭାପତି, ଆଶୁତୋଷ ମହାନ୍ତି, ଉପ ସଭାପତି, ଧନୁର୍ଜୟ ମାଝୀ, ସମ୍ପାଦକ, ତ୍ରିଲୋଚନ ନାୟକ, କବିତା ବ୍ରହ୍ମା, ଭି କ୍ରିଷ୍ଣାବେଣୀ, ପ୍ରଭାବତୀ ପାତ୍ର, ବିଜୟ ସାହୁ, ସତ୍ୟ ନାରାୟଣ ସାହୁ, ମାୟାଧର ନାୟକ, ଚିତ୍ତରଞ୍ଜନ ପାତ୍ର, ବାଳକୃଷ୍ଣ ପାଣିଗ୍ରାହୀ, ସୁନୀଲ ଦାସ ସରୋଜିନୀ ଦାଶ, ସଂଗ୍ରାମ ପ୍ରଧାନ, ଅମରେନ୍ଦ୍ର ସମରଥ, ୟାସର ଅଲ୍ଲୀ, ପ୍ରଣତି ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Comments
Loading...