ଗାଡି ଧକ୍କାରେ ଆହତ ଛାତ୍ରର ମୃତ୍ୟୁ ନେଇ ଶୋକ ଶୋଭା ଏବଂ ରାସ୍ତାରୋକ

ନବରଙ୍ଗପୁର:ଡାବୁଗାଁ – ଉମରକୋଟ ମୁଖ୍ୟ ରାସ୍ତା ରାଜ୍ୟ ରାଜପଥ ୩୯ ଉପରେ ଗାଡ଼ି ଧକ୍କା ରେ ଛାତ୍ରଙ୍କ ମୃତ୍ୟୁ ନେଇ ଉତ୍ୟକ୍ତ ଛାତ୍ରୀଛାତ୍ରଙ୍କ ମଙ୍ଗଳବାର ମହାବିଦ୍ୟାଳୟ ସମ୍ମୁଖରେ ରାସ୍ତାରୋକ କରିଛନ୍ତି । ସୂଚନାଯୋଗ୍ୟ:- ରବିବାର ମଧ୍ୟାହ୍ନ ସମୟରେ ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ +୩ ଦ୍ଵିତୀୟ ବର୍ଷ ର ଛାତ୍ର ଦୀପକ କୁମାର ଗଣ୍ଡ ଡାବୁଗାଁ ବଜାରରୁ ମେସ କୁ ଫେରୁଥିବା ସମୟରେ ଉମରକୋଟ ଅଭିମୁଖେ ଯାଉଥିବା ଏକ ଦୃତଗାମୀ ଗାଡି ପଛପଟୁ ଧକ୍କା ଦେବାରୁ ଛାତ୍ର ଆହତ ହୋଇ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ | ଅପରାହ୍ନରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ ଓ ସେଠାରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ କୁ ସ୍ଥାନାନ୍ତର କରାଯାଇଥିଲା | ସୋମବାର ସନ୍ଧ୍ୟାରେ ଉକ୍ତ ଛାତ୍ରର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା | ଏହି ଖବର ଆଜି ସକାଳୁ ଜାଣିବା ପରେ ମହାବିଦ୍ୟାଳୟର ଛାତ୍ରୀ ଛାତ୍ର ମାନେ ଶୋକ ସଭା କରିବା ସହ ମୃତ ଛାତ୍ରକୁ କ୍ଷତି ପୂରଣ ପ୍ରଦାନ କରିବାକୁ ଦାବି କରି ପୂର୍ବାହ୍ନ ୧୧ ଘ. ଠାରୁ ରାଜ୍ୟ ରାଜପଥ ୩୯ ଉପରେ ରାସ୍ତାରୋକ କରିଥିଲେ | ସନ୍ଧ୍ୟାରେ ସମୟରେ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର, ଜରୁରୀକାଳିନ ବିଭାଗ ଡେପୁଟି ଜିଲାପାଳ ଡା.ଅମ୍ରିତ ରାହୁଲ ଓ ଜରୁରୀକାଳିନ ବିଭାଗ ଜିଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ, ଉମରକୋଟ ଉପଖଣ୍ଡ ପୋଲିସ ଅଧିକାରୀ ମଧୁସ୍ମିତା ମିଶ୍ର, ସ୍ଥାନୀୟ ତହସିଲଦାର ସଦାଶିବ ଭତରା ଓ ଆଇଆଇସି ସୁନୀଲ କୁମାର ପ୍ରଧାନ ଜିଲପରିଷଦ ସଭ୍ୟ ଗୁପ୍ତ ବିଶୋୟୀ, ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର ପ୍ରମୁଖ ପହଞ୍ଚି ଧାରଣାରତ ଛାତ୍ରୀଛାତ୍ର ଙ୍କ ସହ ଆଲୋଚନା କରିଥିଲେ | ମୃତ ଛାତ୍ରର ପିତାଙ୍କୁ ରେଡକ୍ରସରୁ ୨୦ ହଜାର ଟଙ୍କା ପ୍ରଦାନ କରିବା ସହ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩ ଲକ୍ଷ ଟଙ୍କା ସହାୟତା ଘୋଷଣା କରିବା ପରେ ରାତ୍ର ୭ ଘ. ସମୟରେ ରାସ୍ତାରୋକ ହଟିଥିଲା |ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments
Loading...