ନବରଙ୍ଗପୁର :-ପାପଡା ହାଣ୍ଡି ସରକାରୀ ଆଶ୍ରମ ବିଦ୍ୟାଳୟରେ ଏକ ଦିବସୀୟ ବାର୍ଷିକ କ୍ରିଡା ଉତ୍ସବ ଉଦଘାଟିତ ହୋଇଛି। ସେମଳା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ସାଗର ମୁଖ୍ୟଅତିଥି ଭାବେ ଯୋଗଦାନ କରି କ୍ରୀଡ଼ା ପତାକା ଉତ୍ତୋଳନ ଓ ଦୀପ ପ୍ରଜ୍ବଳନ କରି କାର୍ଯ୍ୟର ଆରମ୍ଭ କରିଥିଲେ ।ବୈଠକରେ ସଭାପତି ସଂଗ୍ରାମ ସଗରିଆ, ପ୍ରଧାନ ଶିକ୍ଷୟିତ୍ରୀ ସବିତା ମଜୁମଦାର, ସହକାରୀ ଶିକ୍ଷକ ଅସିତ ନାୟକ , ଧନେଶ୍ୱର ନାୟକ, ପିଙ୍କି ସାହୁ , ଚ଼ିତ୍ରସେନ ରାଉତ ,ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।ବି ଏସ ପଦର ବିଦ୍ୟାଳୟ ଖେଳ ଶିକ୍ଷକ ସପନ କୁମାର ବୈରାଗୀ ସମସ୍ତ ପ୍ରତି ଯୋଗିତା କାର୍ଯ୍ୟ କ୍ରମ ପରିଚାଳନା କରିଥିଲେ ।ପିଲାମାନଙ୍କୁ ଦୌଡ଼ ପ୍ରତିଯୋଗିତା, ଉଚ୍ଚ ଡିଆଁ,ଲମ୍ବ ଡିଆଁ,ସଟଫୁଟ,ଭଲିବଲ ,କ୍ରିକେଟ , ରିଙ୍ଗ ବଲ ପ୍ରତିଯୋଗିତା ଜୁନିୟର ଓ ସିନିୟର ଗ୍ରୁପର ରେ କୃତିତ୍ୱ ପିଲାମାନଙ୍କୁ ପୁରସ୍କାର ବିତରଣ ପାଇଁ ବ୍ୟବସ୍ଥା କରିଥିଲେ ।ବୈଠକରେ ସି .ଆର. ସି .ସି .ବାବୁଲାଲ ପିଲା ମାନକୁ କ୍ରୀଡ଼ା କ୍ଷେତ୍ରରେ ସଫଳତା ପାଇଁ ଉତ୍ସାହ ପ୍ରଦାନରେ ଦୂତୀଚାନ୍ଦ, ଧ୍ୟାନଚାନ୍ଦଙ୍କ କୃତିତ୍ଵ କୁ ମନେପକାର ପ୍ରେରଣାଦାୟକ ବାର୍ତ୍ତା ଦେଇ ଉତ୍ସାହିତ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ଅସିତ ନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଉତ୍ସବ କୁ ସମାପ୍ତ ପୋଷଣା କରିଥିଲେ ।ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର
