ସେମଳା ଗ୍ରାମ ପଞ୍ଚାୟତ ରେ ଗଣ ଶିକ୍ଷା ବିଭାଗର ନିର୍ଦ୍ଦେଶନାମା ପ୍ରକାରରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

ନବରଙ୍ଗପୁର : ପାପଡା ହାଣ୍ଡି ବ୍ଳକ ଅନ୍ତର୍ଗତ ସେମଳା ଗ୍ରାମ ପଞ୍ଚାୟତ ରେ ଗଣ ଶିକ୍ଷା ବିଭାଗର ନିର୍ଦ୍ଦେଶନାମା ପ୍ରକାରରେ ସରକାରୀ ଉଚ୍ଚ ବିଦ୍ୟାଳୟ ସେମଳା ରେ ପ୍ରଧାନ ଶିକ୍ଷକ ନାରାୟଣ ପାଇକ ରାୟ ଓ ସହକାରୀ ଶିକ୍ଷକ ବୃନ୍ଦ,ଅବସର ଶିକ୍ଷକ କୃପା ଦାନ ଭତରା,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁନିଲ ଭତରା ଓ ବିଦ୍ୟାଳୟ ପରିଚାଳନା କମିଟି ସମସ୍ତ ସଭ୍ୟ ସଭ୍ୟା ଯୋଗଦାନ କରିଥିଲେ, ଭାଷା , ସାହିତ୍ୟ ଓ ସୃଜନଶୀଳତ ଉତ୍ସବରେ ମୁଖ୍ୟ ଅତିଥି ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ହରିଜନ ଯୋଗଦେଇ ଆମ କଥା ଓ ଆମ କାହାଣୀ ପୁସ୍ତକ ର ଉନ୍ମୋଚନ କରିଥିଲେ। ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ପିଲାମାନଙ୍କ ବିକାଶରେ ଶିକ୍ଷକ ର ଭୂମିକାରେ ପିଲାର ସୃଜନଶୀଳତା ର ବିକାଶ ବାବଦରେ ଆଲୋଚନା ସହ ମାତୃଭୂମି ମାତୃ ଭାଷାର ମମତା ଯା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନୀ ଗଣରେ ଗଣିଵେ ଅଜ୍ଞାନୀ ରହିବେ ନାହିଁ ଏ ବାବଦରେ ଆଲୋକ ପାତ ସହ ସାହିତ୍ୟ ଜଗତର କାଳଜୟୀ ଲେଖାରେ ଫକୀର ମୋହନଙ୍କ ଲିଖିତ ରେବତୀ ର ଶିକ୍ଷା ପାଇଁ ସଂଘର୍ଷ ରେ ରେବତୀ ର ମାଆ ର ଭାଵନା ରେ ଲୋ ରେଵି,ଲୋ ଚୁଲି,ଲୋ ନିଆଁ କଥାରେ ଏ ଯୁଗରେ ରେବତୀ ର ଶିକ୍ଷା ଦାନ ପ୍ରତି ନୂତନ ଚିନ୍ତାଧାରାରେ ସୃଜନଶୀଳତା ବିକାଶ ରେ ଦେଶର ରାଷ୍ଟ୍ରପତି ହୋଇପାରିଵା ଵାଵଦରେ ଆଲୋକ ପାତ କରି ଥିଲେ। ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପ୍ରତିଭା ରେ ସଫଳତା ପ୍ରଥମ, ଦ୍ଵିତୀୟ ଓ ତୃତୀୟ ପାଇଁ ପୁରସ୍କାର ବିତରଣ କରାଯାଇଥିଲା।

ପ୍ରଧାନ ଶିକ୍ଷକ ନାରାୟଣ ପାଇକ ରାୟ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହଯୋଗ କୁ ଓ ପିଲାମାନଙ୍କ ପ୍ରତିଭାକୁ ବିକଶିତ ରେ ଶିକ୍ଷକ ର କାର୍ଯ୍ୟ କୁ ଉଚ୍ଚ ପ୍ରଶଂସା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ ଘୋଷଣା କରିଥିଲେ।

Comments
Loading...