ମେଦନା ଗ୍ରାମରେ ନକଲି ଡାକ୍ତର କ୍ଲିନିକରେ ଚାଲିଛି ରୋଗୀ ଦେଖା, ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପାଖେ ଖବର ନାହିଁ


ନବରଙ୍ଗପୁର:(ଡାବୁଗାଁ) ରାଜ୍ୟ ସରକାର ମେଡିକାଲ ଗୁଡ଼ିକର ଉନ୍ନତି ପାଇଁ ଟଙ୍କା ପାଣି ଭଳି ଖର୍ଚ୍ଚ କରୁଥିବା ବେଳେ ମେଡିକାଲରେ ଡାକ୍ତର ଅଭାବ କାରଣରୁ ରୋଗୀ ସେବା ବ୍ୟାହତ ହେଉଛି।ଏଭଳି ଏକ ଘଟଣା ଦେଖିବାକୁ ମିଲିଚି ମେଦନାଗ୍ରାମରେ। ମେଦନା ଗ୍ରାମରେ ସରକାରୀ ମେଡ଼ିସିଲ ଅଛି ସତ କିନ୍ତୁ ସରକାରୀ କର୍ମଚାରି ଅଭାବ।ଏହାର ସୁଯୋଗ ନେଇ ନକଲି ଡାକ୍ତର ବା କ୍ୱାକ ମେଦନା ଗ୍ରାମର ମେଡିକାଲ ସାମ୍ନାରେ କ୍ଲିନିକ ଖୋଲି ଲୋକଙ୍କୁ ଚିକିତ୍ସା କରୁଛି । ଏବେ  ମେଦନା ପଞ୍ଚାୟତର ଗାଁ ଗହଳିରେ ଲୋକଙ୍କ ଭରସା ପାଲଟିଛି କ୍ୱାକ୍‍ଙ୍କ ଚିକିତ୍ସା। ଗାଁ ଗାଁରେ ନିଜକୁ ଡାକ୍ତର ପରିଚୟ ଦେଇ ନିଜ ନିଜର କ୍ଲିନିକ କରି ବସିଥିବା ବେଳେ କେହି ବି ମେଡିକାଲ ପାଠପଢ଼ି ନାହାନ୍ତି। ଏହିଭଳି କ୍ୱାକ୍‍ ବା ନକଲି ଡାକ୍ତର ବର୍ତ୍ତମାନ  ଅଞ୍ଚଳରେ କାୟା ବିସ୍ତାର କରିବାରେ ଲାଗିଛନ୍ତି। *”ସବୁ ଜାଣି ଅଜଣା ସାଜୁଛନ୍ତି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ”*: ଗାଁକୁ ଗାଁ ବୁଲି ନକଲି ଡାକ୍ତର ବା କ୍ବାକ୍‌ ବ୍ୟବସାୟୀମାନେ ରୋଗୀଙ୍କୁ ଡାକ୍ତରଙ୍କ ଭଳି ଚିକିତ୍ସା କରୁଥିବା ଦେଖିବାକୁ ମିଳୁଛି। ଥଣ୍ତାକାଶଠାରୁ ଆରମ୍ଭ କରି ଝାଡ଼ା, ମ୍ୟାଲେରିଆ ହେଉ କିମ୍ବା କୌଣସି ବଡ଼ ଧରଣର ରୋଗ ହେଉ।ରୋଗୀଙ୍କୁ ସତମିଛ କହି ବିଭିନ୍ନ ପ୍ରକାରର ଔଷଧ ଦେଇ ଶୋଷଣ କରିବାରେ ଲାଗି ପଡ଼ିଛନ୍ତି ଏହି କ୍ବାକ୍‌ ଡାକ୍ତର।ଖାଲି ମେଦନା ନାହିଁ ଡାବୁଗାଁ ବ୍ଲକର ଗାଁ ଗହଳିରେ କିଛି ସରକାରୀ କର୍ମଚାରୀ ମଧ୍ୟ ନକଲି ଡାକ୍ତର ସାଜି ଚିକିତ୍ସା କରୁଥିବା ସ୍ଥାନେ ସ୍ଥାନେ ଆଲୋଚନା ହେଉଛି।ଏଠିପ୍ରତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସଜାଗ ହେବା ଆବଶ୍ୟକ ଅଛି।

Comments
Loading...