ଡାବୁଗାଁ ତା୧୮/୫( )ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ କୋରନାର ପ୍ରକୋପ ବଢି ଚାଲୁଥୁବା ବେଳେ ଡାବୁଗାଁ ରେ କରୋନାରେ ଆକ୍ରାନ୍ତ ମୃତକଙ୍କ ତାଲିକା ଲମ୍ବିବାକୁ ଲଗିଛି।ଗତ ଏକ ସପ୍ତାହ ମଧ୍ୟରେ ଡାବୁଗାଁ ବ୍ଲକ ସଦର ମହକୁମାରେ ୫ ଜଣ ଙ୍କ ମୃତ୍ୟୁ ଘଟିଲାଣି।ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନାରେ କାର୍ଯ୍ୟ ରତ ସହ୍-ଉପ୍-ନିରିକ୍ଷକ କୈଳାଶ ଚନ୍ଦ୍ର ବେହେରାଙ୍କ ଚିକିତ୍ସିତ ଅବସ୍ଥାରେ ଜୟପୁର କୋଭିଦ୍ ହସ୍ପିଟାଲ ରେ ତା ୧୭/୫ସନ୍ଧ୍ୟାରେ ମୃତ୍ୟୁ ଘତିଛି।ଗତ ସପ୍ତାହରେ ଶ୍ରୀ ବେହେରା କରୋନାରେ ଆକ୍ରାନ୍ତ ହେବା ପରେ ଗୁରୁତର ହୋଇ ପଡିଥିଲେ।ଉତ୍ତମ ଚିକିତ୍ସା ନିମନ୍ତେ ଜୟପୁର କୋଭିଡ୍ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା।ସେଠାରେ କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥା ର ସୁଧାର ନ ଆସିବାରୁ ଗତ କାଲି ସନ୍ଧ୍ୟାରେ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରିବାକୁ ଯିବା ସମୟରେ ତାଙ୍କର ମୃତ୍ୟୁ ଘଟି ଥିଲା।ସେ ଜଣେ କର୍ମଠ,କର୍ତ୍ତବ୍ୟ ନିଷ୍ଟ,ମେଳାପି ପୋଲିସ ଅଧିକାରୀ ଥିବାରୁ ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଡାବୁଗାଁ ଜନସଧାରଣ୍ ମାନଙ୍କ ସହ ଡାବୁଗାଁ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ବେହୁରିଆ ଙ୍କ ସହିତ ଥାନା ର ସମସ୍ତ କର୍ମ ଚାରି ମାନଙ୍କ ମଧ୍ୟରେ ଦୁଃଖର ବାତାବରଣ ଖେଳି ଯାଇଥିଲା।ଡାବୁଗାଁରେ ଗତ ସପ୍ତାହ ମଧ୍ୟରେ କରୋନାରେ ୫ ଜଣ ମୃତ୍ୟୁ ବରଣ କରି ଥିବାବେଳେ ସର୍ବ ମୋଟ ଏବକୁ ମିଶି ୬ ଜଣ କରୋନାରେ ମୃତ୍ୟୁ ବରଣ ଘଟିଲାଣି।ମୃତ ପୋଲିସ ଅଧିକାରୀ ଶ୍ରୀ ବେହେରା ଙ୍କ ପରିବାର ବୋରିଗୁମ୍ମାରେ ରହୁଥିବା ଜଣାପଡିଛି।ଏଥି ନେଇ ଡାବୁଗାଁ ବାସି ବହୁ ସତର୍କତା ଅବଲମ୍ବନ କରିବାକୁ ପଡିବ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି।
