
କୋଶଲ ନ୍ୟୁଜ୍ ବ୍ୟୁରୋ : ଡାବୁଗାଁ , ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ରେ ନକଲି ଚାଷୀଙ୍କ ପ୍ରାଦ୍ରୁର୍ଭବ ଯୋଗୁଁ ପ୍ରକୃତ ଚାଷୀ ମଣ୍ଡିରେ ଧାନ ବିକ୍ରି କରିପାରୁନଥିବା ଡାବୁଗାଁ କୃଷକ ମହାସଂଘ ଅଭିଯୋଗ ଆଣି ବୁଧବାର ନବରଙ୍ଗପୁର ଜିଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଙ୍କ ଉଦେଶ୍ୟାରେ ଡାବୁଗାଁ ତହସିଲଦାର ସାନ୍ଧ୍ୟ ସମରଥ ଙ୍କ ଜରିଆରେ ପ୍ରଦାନ କରାଯାଇଛି । ମଣ୍ଡିରେ ଧାନ କିଣିବା ର ପରିମାଣ ସମାପ୍ତ ହୋଇଯାଇଥିବା ର କାରଣ ପ୍ରକୃତ ଚାଷୀଙ୍କୁ ପ୍ରାଧାନ୍ୟ ନ ଦେଇ ନକଲି ଚାଷୀ ପାଇଥିବା ଟକେନ କୁ ପ୍ରଧାନ୍ୟ ଦେଉଥିବା ଓ ନକଲି ଚାଷୀ ଏବଂ ପ୍ରଶାସନିକ ଅଧିକାରୀ ଙ୍କ ମଧ୍ୟରେ ସଲାସୁତୁରା ଚାଲିଥିବା ଏହି ଦାବିପତ୍ର ରେ ଉଲେଖ ରହିଛି ।