ନବରଙ୍ଗପୁର (କୋଶଲ ନ୍ୟୁଜ୍) ଗତବର୍ଷ ଭଳି ଏହି ବର୍ଷ ମଧ୍ୟ ଡାବୁଗାଁ ରେ କରନା କଟକଣା ଯୋଗୁଁ ରଥଯାତ୍ରା ରେ ଲାଗିଛି ପ୍ରତିବନ୍ଧକ। କମଳମୋତି ତିନି ଜଣ ବାଳକ ରଥଯାତ୍ରା ର ପ୍ରତିବନ୍ଧକ କଥା ଶୁଣି ଏଥର କିନ୍ତୁ ଅଧିକ ଦୁଃଖିତ ହୋଇଗଲେ। ତିନି ଭାଇ ବ୍ରହ୍ମଜ୍ୟୋତି ରାୟପାତ୍ର, ଯଜ୍ଞଜ୍ୟୋତି ରାୟପାତ୍ର ଏବଂ ବିଷ୍ଣୁଜ୍ୟୋତି ରାୟପାତ୍ର ନିଷ୍ପତ୍ତି ନେଲେ ସେମାନେ ନିର୍ମାଣ କରିବେ ରଥ। ଜଗନ୍ନାଥ ଙ୍କ ପୂଜା ଆରାଧନା ମଧ୍ୟ ହେବ ଏବଂ ରଥ ମଧ୍ୟ ଗଡିବ । କୁନି କୁନି ହାତ ରେ ନିର୍ମାଣ କଲେ ଏକ ଛୋଟ ରଥ। ପୁରୀ ରୁ ଆଣିଥିବା ଜଗନ୍ନାଥ ମୂର୍ତ୍ତିଙ୍କୁ ରଥାରୂଢ଼ କରାଗଲା ଏବଂ ସମ୍ପୁର୍ଣ୍ଣ ଭକ୍ତିରେ ରଥ ଟାଣିଲେ । ତିନି ବାଳକ ଙ୍କ ଭକ୍ତିରେ ଭଗବାନ ବାଧ୍ୟ ହେଲେ ରଥାରୂଢ଼ ହେବା ପାଇଁ। ଧିରେ ଧିରେ ତାଙ୍କ ଏହି ଭିଡିଓ ସାମାଜିକ ଗଣ ମାଧ୍ୟମ ରେ ବ୍ୟାପିବାରେ ଲାଗିଛି। ଏହି ପବିତ୍ର କାର୍ଯ୍ୟ ଘର ପରିସର ମଧ୍ୟରେ ହିଁ ଅନୁଷ୍ଠିତ ହୋଇଥିଲା।
