ଡାବୁଗାଁ, ୧୭/୪ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପୂଜା ମଣ୍ଡପରେ ଡାବୁଗାଁ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୪ତମ ଶ୍ରାଦ୍ଧ ଦିବସ ସରକାର ଙ୍କ କରୋନା ନିୟମ ଅନୁସାରେ ଶନିବାର ପାଳିତ ହୋଇଯାଇଛି |ସୂଚନା ଯୋଗ୍ୟ:- ବିଜୟାନନ୍ଦ ପଟ୍ଟନାୟକ (ବିଜୁ ପଟ୍ଟନାୟକ ଓ ବିଜୁ ବାବୁ ନାମରେ ମଧ୍ୟ ପରିଚିତ, ୫ ମାର୍ଚ୍ଚ ୧୯୧୬ – ୧୭ ଅପ୍ରେଲ ୧୯୯୭) ଜଣେ ଓଡ଼ିଆ ରାଜନୈତିକ ନେତା, ବୈମାନିକ ଓ ଶିଳ୍ପପତି ଥିଲେ ।୧୯୯୦ ମାର୍ଚ୍ଚ ୫ରୁ ୧୯୯୫ ମସିହା ମାର୍ଚ୍ଚ ୧୫ ଯାଏ ଓ ୧୯୬୧ ଜୁନ ୨୩ରୁ ୧୯୬୩ ମସିହା ଅକ୍ଟୋବର ୨ ଯାଏ ସେ ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟକରିଥିଲେ । ୨୪ତମ ଶ୍ରଦ୍ଧ ଦିବସ ପାଳନ ସମୟରେ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେସାଂସଦ ପ୍ରତିନିଧି ଏମ୍.ଆପ୍ପା ରାଓ, ରାଜ୍ୟସଭା ସାଂସଦ ପ୍ରତିନିଧି ରମାରାଓ ଚୌଧୁରୀ, ବିଧାୟକ ପ୍ରତିନିଧି ଏମ୍.ବୁଲୁ ରାଓ, ବ୍ଲକ ବିଜେଡି ଉପସଭାପତି ପି.ନାଗା, ବ୍ଲକ ଯୁବ ବିଜେଡି ସଭାପତି ଟି.ଜୁଗୁନୁ, ଏମ୍.ବାସୀ ରାଓ, ଗେଦୁ ପଟ୍ଟନାୟକ, ଜି. ମୁରଲୀ ରାଓ, ଜି. ବାବୁଜୀ ରାଓ, ଆର॰ ପ୍ରକାଶ ରାଓ ଓ ବିଜେଡି କର୍ମୀ ମାନେ ଉପସ୍ଥିତ ଥିଲେ | ସମସ୍ତେ ମୁହଁରେ ମାସ୍କ ବିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରି ଦିବସ ଟିକୁ ପାଳନ କରାଯାଇଥିଲା |
