
ଡାବୁଗାଁ ମଣ୍ଡେଇ ର ଗୋଟିଏ ଦିନ ପୂର୍ବରୁ ପାଳିତ ହେଲା ବାବା ଭୈରବ ଙ୍କ ବଡଯାତ୍ରା । ମଣ୍ଡେଇ ପୂର୍ବଦିନ ଏହି ପର୍ବ ବାବାଙ୍କ ଉଦେଶ୍ୟ ରେ ପାଳନ କରାଯାଏ। କିମ୍ବଦନ୍ତୀ ଅନୁସାରେ ଭୈରବ ଗଢ ର ବିଧ୍ବଂସ ପରେ ରାୟ ରତନପୁର ରାଜ ପରିବାରର ସଦସ୍ୟ ମାନେ ଉମୁରାହାଣ୍ଡି ଗ୍ରାମରେ ଆତ୍ମଗୋପନ କରିଥିଲେ। ଭୈରବ ଗଢ କୁ ପରବର୍ତ୍ତୀ ପର୍ଯ୍ୟାୟରେ ପୋଡାଗଢ କୁହାଗଲା। ପୋଡାଗଢ ରୁ ବାବା ଭୈରବ ନିଜ ପରିବାର ର ବ୍ୟକ୍ତି ମାନଙ୍କୁ ଖୋଜି ଖୋଜି ଡାବୁଗାଁ ଆସିଥିଲେ, କାରଣ ଭୈରବ ବାବା ରାଜ ପରିବାରର ଇଷ୍ଟଦେବତା ଥିଲେ।

