ନବରଙ୍ଗପୁର:-କୋଷାଗୁମୁଡା ଥାନା ଅନ୍ତର୍ଗତ ନେଇଙ୍ଗାର ଅଧ୍ୟାପିକା ଶ୍ରଦ୍ଧା ସିମରନ ଗଣ୍ଡା ଓ ତାଙ୍କ ଭଉଣୀ ସସ୍ମିତା ରାଣୀ ଗଣ୍ଡା ସୋମବାର ସକାଳୁ ଘରୁ ବାହାରି ସ୍କୁଟିରେ କୋଷାଗୁମୁଡ଼ା କୁ ଯାଉଥିଲେ।ଏହି ସମୟରେ ମାଙ୍କିଡି ଗ୍ରାମ ନିକଟରେ ରାସ୍ତାରେ ଅଟକାଇ ଦୁଇରୁ ତିନି ଜଣ ଦୁର୍ବୃତ୍ତ ଦୁଇଭଉଣୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ l ଫଳରେ ଗୋଟିଏ ଭଉଣୀର ଗଳା କଟିଯାଇଥିବା ବେଳେ ଆଉଜଣକୁ ମୁଣ୍ଡର ଦୁଇତିନି ସ୍ଥାନରେ ଗଭୀର ଆଘାତ ଲାଗିଛି l ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ପ୍ରଥମେ କୋଷାଗୁମୁଡ଼ା ମେଡ଼ିକାଲ ଓ ପରେ ଜୟପୁର ଘରୋଇ ମେଡ଼ିକାଲରେ ଭର୍ତ୍ତି କରି ଚିକିତ୍ସା କରୁଛନ୍ତି ପରିବାର ଲୋକେ l ପୂର୍ବ ଶତ୍ରୁତାରୁ ଏଭଳି ଆକ୍ରମଣ ହୋଇଥାଇପାରେ ବୋଲି ତାଙ୍କ ମା’ ସନ୍ଦେହ କରୁଛି। ଭାଇ ସାହିଲ ସିଲ ଗଣ୍ଡ କୋଷାଗୁମୁଡା ଥାନାରେ ଏତଲା ଦାୟର କରିଛନ୍ତି।ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର
