ନବରଙ୍ଗପୁର(କୋଶଲ ନ୍ୟୁଜ୍):-ପ୍ରଥମ ଥର ପାଇଁ ଡାବୁଗାଁ ବ୍ଲକ ରେ ଭାରତ ସରକାରଙ୍କ ଦ୍ବାରା ନୋଟାରୀ ପବ୍ଲିକ ନିଯୁକ୍ତି ଦିଆ ଯାଇଛି । ଆଡଭକେଟ୍ ଜୟନ୍ତ କୁମାର ପାତ୍ର ଙ୍କୁ ଏହି ନିଯୁକ୍ତି ମିଳିବା ପରେ ଶୁଭେଚ୍ଛା ର ସୁଅ ଛୁଟିଛି। ଏଥି ପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ବାରା କୌଣସି ବ୍ୟକ୍ତି ନିଯୁକ୍ତ ନଥିଲେ। ଜୟ ଭାରତ ଅଟ ୟୁନିୟନ, ସାମ୍ବାଦିକ ସଙ୍ଘ,ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ, ଯୁବକ ସଂଘ, ବୁଦ୍ଧିଜୀବୀ ଓ ସମସ୍ତ ବର୍ଗର ପ୍ରମୁଖ ବ୍ୟକ୍ତି ମାନେ ଶୁଭେଚ୍ଛା ଜଣାଇଛନ୍ତି। ସଂପୂର୍ଣ୍ଣ ନିଷ୍ଠାର ସହ ନିଜ ଦାୟିତ୍ୱ ସମ୍ପନ୍ନ କରିବେ ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।
ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର