Share କୋଶଲ ନ୍ୟୁଜ୍ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସାଂସଦ ରମେଶ ଚନ୍ଦ୍ର ମାଝୀ ଙ୍କ ଦଣ୍ଡାମୁଣ୍ଡା ସ୍ଥିତ ବାସଭବନ ଠାରେ ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତାଙ୍କୁ ଆଜି ଦଳୀୟ କର୍ମକର୍ତ୍ତାଙ୍କ ଗହଣରେ ମହାସମାରୋହରେ ଏକ କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ବର୍ଦ୍ଧିତ କରାଯାଇଥିଲା l ଚନ୍ଦାହାଣ୍ଡି ବ୍ଲକ ସଭାପତି ଗୌରହରି ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ଶ୍ରୀଯୂକ୍ତ ରମେଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଝରିଗାଁ ବିଧାନସଭା ନିର୍ବାଚନମଣ୍ଡଳୀ ର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ମାଝୀ ଯୋଗ ଦେଇଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ସମସ୍ତ ନୂତନ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସଭାସଦ ଦ୍ଵାରା ସମ୍ବୋଧିତ ହେଇ ଥିଲେ l ଅନ୍ୟାନ୍ୟ ଖବର ପଢନ୍ତୁ ସାମ୍ବାଦିକ ଙ୍କୁ ଛୁରା ମାଡ଼,ଗୁରୁତ୍ୱର ଅବସ୍ଥାରେ ବିଶାଖାପାଟଣା… Aug 30, 2025 ଡାବୁଗାଁ ବ୍ଲକ ରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ Aug 13, 2025 ଆଜିର ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା ବିଜେଡ଼ି ସଂଯୋଜକ ପ୍ରମୋଦ କୁମାର ପାଢ଼ୀ ପ୍ରାରମ୍ଭିକ ସୂଚନା ଦେଇ ସଭାକାର୍ଯ୍ୟ ପ୍ରାରମ୍ଭ କରିଥିବା ବେଳେ ନୁତନ ଭାବେ ଗଠିତ ହୋଇଥିବା ପଞ୍ଚାୟତ କର୍ମକର୍ତ୍ତା ସମେତ ବ୍ଲକ୍ କର୍ତ୍ତାମାନଙ୍କୁ ସଭାରେ ଉତ୍ତରୀୟ ପ୍ରଦାନ ପୂର୍ବକ ଦଳୀୟ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳର ନୀତି ଆଦର୍ଶକୁ ଆପଣାଇ ଶୃଙ୍ଖଳାର ସହ କାର୍ଯ୍ୟକରି ବିଜୁଜନତା ଦଳକୁ ଅତ୍ୟୁଚ୍ଚରେ ସ୍ଥାନୀତ କରି ଆଗକୁ ବଢ଼ିବାର ମହାମନ୍ତ୍ର , ପ୍ରତି ନବ ନିର୍ବାଚିତ କର୍ମକର୍ତ୍ତା ଙ୍କୁ ପ୍ରଦାନ କରାଯାଇଥିଲା l ସାଂସଦ ରମେଶ ଚନ୍ଦ୍ର ମାଝୀ ଛାତ୍ରମାନେ ଯେହେତୁ ଦେଶର ମେରୁଦଣ୍ଡ ତେଣୁ ଛାତ୍ରମାନଙ୍କୁ ନେଇ ସଂଗଠନ କଲେ ଦଳ ଆହୁରି ମଜବୁତ୍ ହେଇକି ରହିବ ଏବଂ ଦଳର ସଂଗଠନ ଦୃଢ଼ୀଭୂତ ହୋଇ ରହିବ ଏହାହିଁ ଆଜିର ସମ୍ବର୍ଦ୍ଧନା ଉତ୍ସବ ର ଲକ୍ଷ୍ୟ ବୋଲି ପ୍ରକାଶ କରିଥିଲେ l ତେବେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବ୍ଲକ୍ ସଭାପତି ଗୌରହରି ନାୟକ, ଯୁବ ବିଜେଡ଼ି ସଭାପତି ତ୍ରିନାଥ ଦାସ, ନୀଳମଣି ଗଉଡ, ଭୁବନେଶ୍ଵର ବେଶ୍ରା, ଦୀନବନ୍ଧୁ ମାଝୀ ଯୁବରାଜ ଜଗତ ସମେତ ଅନେକ ନୂଆ କର୍ମୀ ଉପସ୍ଥିତ ଥିଲେ 0 6 Share FacebookTwitterWhatsAppEmailFacebook MessengerTelegramPrint