Share କୋଶଲ ନ୍ୟୁଜ୍ ବ୍ୟୁରୋ : ନବରଙ୍ଗପୁର : ଆଜି ତାରିଖ- ୧୪.୦୧.୨୦୨୧ ରିଖ ଗୁରୁବାର ଦିନ ସକାଳ ୧୧ ଘଣ୍ଟିକା ସମୟରେ ନେହେରୁ ଯୁବ କେନ୍ଦ୍ର ନବରଙ୍ଗପୁର ସହଯୋଗ ରେ ଗବାଗୁଡା ଜୟ ଶ୍ରୀକୃଷ୍ଣ ଯୁବକ ସଂଘ ଦ୍ୱାରା ଜାତୀୟ ଯୁବ ଦିବସ ଅବସରରେ ୩ୟ ଶ୍ରେଣୀ ଠାରୁ ଆରମ୍ଭ କରି ୮ମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଶ୍ରୀଯୁକ୍ତ ନବଘନ ଗୈାଡ ଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଝରିଗାଁ ବ୍ଲକ ଉପାଧ୍ୟକ୍ଷା କୁମାରୀ ମଞ୍ଜୁଳତା ପନକା ଓ ମୁଖ୍ୟ ବକ୍ତା ଭାବେ ଚଚା ସରପଞ୍ଚ ଶ୍ରୀଯୁକ୍ତ ଲବ ଜାନୀ ଓ ଅନ୍ୟାନ୍ୟ ସମ୍ମାନୀତ ଅତିଥି ଭାବେ ଶ୍ରୀ ମଣ୍ଟୁ ପୂଜାରୀ, ଗବାଗୁଡା ୱାର୍ଡ ମେମ୍ବର ଶ୍ରୀଯୁକ୍ତ ବଳରାମ ଗୈାଡ ଯୁବକ ସଂଘ ସଭାପତି ଶ୍ରୀଯୁକ୍ତ ରୂପଚାନ୍ଦ ଗୈାଡ, ଯୁବକ ସଂଘ ସମ୍ପାଦକ ଶ୍ରୀଯୁକ୍ତ ନେପାଳ ଚନ୍ଦ୍ର ଗୋପାଳ, ପୂର୍ବତନ ସମିତି ସଭ୍ୟ ଶ୍ରୀଯୁକ୍ତ ଯୁଗତରାମ ଗୈାଡ, ସମାଜ ସେବୀ ଶ୍ରୀଯୁକ୍ତ ସୈନିକ ଗୈାଡ,CRPF Cammando ଶ୍ରୀଯୁକ୍ତ ସମ୍ପତ୍ତି ହରିଜନ, ବିଚାରପତି ଭାବେ ଝରିଗାଁ CRCC ଶୀଯୁକ୍ତ କ୍ଷମା ନିଧି ଠାକୁର ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଯୁବକ ସଂଘ ର ସମସ୍ତ ସଦସ୍ୟ ମାନଙ୍କୁ ଅତିଥି ମାନେ ଭୂରି ଭୂରି ପ୍ରସଂଶା କରିଥିଲେ। କାର୍ଯ୍ୟକ୍ରମ ରେ ଭାଗନେଇ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ଖାତା, ପେନ , ଟ୍ରଫି ପୁରସ୍କାର ସ୍ୱରୂପ ପ୍ରଦାନ କରାଯାଇଥିଲା। ପରିଶେଷ ରେ ଯୁବକ ସଂଘ ର ସମ୍ପାଦକ ଶ୍ରୀଯୁକ୍ତ ନେପାଳ ଚନ୍ଦ୍ର ଗୋପାଳ ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରାଯାଇ ଥିଲା। 0 30 Share FacebookTwitterWhatsAppEmailFacebook MessengerTelegramPrint