Share ଅନ୍ୟାନ୍ୟ ଖବର ପଢନ୍ତୁ ଡାବୁଗାଁ ଠାରେ ମଦୁଆଙ୍କ ଆଡା ସ୍ଥଳୀ ପାଲିଟିଛି ପଥପ୍ରାନ୍ତ ସୁବିଧା… Jun 7, 2025 ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷରେ ଓ. ସେ. ପା. ଭୁବନଶ୍ୱର ତରଫରୁ ଭିଡିଓ… May 9, 2025 କୋଶଲ ନ୍ୟୁଜ୍ ବ୍ୟୁରୋ : ଡାବୁଗାଁ , ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ଅତି ଉଚ୍ଚ କୋଟିର ବ୍ୟକ୍ତି ସତ୍ୟଜିତ , ତାଙ୍କ ବାପା ଓ ଡାବୁଗାଁ ଏସବିଆଇ ବିଏମ ଦୃଘଟଣା ରେ ଶୁକ୍ରବାର ପ୍ରାଣ ହରାଇଛନ୍ତି । ଏନେଇ ଡାବୁଗାଁ ରେ ଶନିବାର ସନ୍ଧ୍ୟାରେ ସେମାନଙ୍କୁ ସର୍ଦାଞ୍ଜଳି ପ୍ରଦାନ କରିବା ନେଇ କେଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା । ଶନିବାର ସକାଳ 6 ଘଣ୍ଟ ସମୟରୁ ଅପରାହ୍ନ 12 ଘଣ୍ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ କରିଛନ୍ତି । ସତ୍ୟଜିତ ଜଣେ ଭାବ ପ୍ରବଣ ଓ ଜଣେ ଉଚ ମାନବିକତା ସମ୍ପନ ବ୍ୟକ୍ତି ଥିଲେ । ତାଙ୍କର ଏପରି ଅଚାନକ ମୃତ୍ୟୁ କୁ ନେଇ ଡାବୁଗାଁ ଗ୍ରାମବାସୀ ଶୋକ ପ୍ରକାଶ କରିଛନ୍ତି । ସତ୍ୟଜିତ ଙ୍କ ବାପା ମଧ୍ୟ ଜଣେ ସୁନାମ ଧନ୍ୟ ଲୋକ ଥିଲେ । ଡାବୁଗାଁ ର ଏହି ଦୁଇଜଣଙ୍କ ଅଚାନକ ମୃତ୍ୟୁ କୁ ନେଇ ଡାବୁଗାଁ ଅଞ୍ଚଳ ର ଯୁବଗୋଷ୍ଠୀ ଓ ତାଙ୍କ ବନ୍ଧୁ ମନେ ଡାବୁଗାଁ ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରୁ ଜଗନ୍ନାଥ ମନ୍ଦିର ସାମ୍ନା ପର୍ଯ୍ୟନ୍ତ କେଣ୍ଡେଲ ଶୋଭାଯାତ୍ରା କରିଥିଲେ । ଗୁରୁବାର ସନ୍ଧ୍ୟା ରେ ସତ୍ୟଜିତ ଡାବୁଗାଁ ର ନିଜ ସାଙ୍ଗ ସାଥୀଙ୍କ ସହ ରହିଥିବା ବେଳେ ତାଙ୍କ ମୃତ୍ୟୁ କୁ କେହି ଗ୍ରହଣ କରିପାରୁନାହାନ୍ତି । ଏପଟେ ପରିବାର ର ୨ ଜଣ ସଦସ୍ୟ ଙ୍କୁ ହରାଇ ପରିବାର ଦୁଃଖରେ ଭାଙ୍ଗି ଯାଇଛି । ମୃତକଙ୍କୁ ଡାବୁଗାଁ ସାମ୍ବାଦିକ ସଙ୍ଘ ତରଫରୁ ମଧ୍ୟ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । 0 19 Share FacebookTwitterWhatsAppEmailFacebook MessengerTelegramPrint