ମା ଡ଼ାବାଦେଇ ଟ୍ରାକ୍ଟର ମାଲିକ ସଙ୍ଘ ତରଫରୁ ୪ ଦଫା ଦାବିପତ୍ର ପ୍ରଦାନ

କୋଶଲ ନ୍ୟୁଜ୍ ବ୍ୟୁରୋ : ଡାବୁଗାଁ , ନବରଙ୍ଗପୁର ଜିଲା ଡାବୁଗାଁ ତହସିଲଦାର , ବିଡ଼ିଓ ଙ୍କୁ ଅନେକ ସମସ୍ୟା ନେଇ ୪ ଦଫା ଦାବିପତ୍ର ମା ଡ଼ାବାଦେଇ ଟ୍ରାକ୍ଟର ମାଲିକ ସଙ୍ଘ ତରଫରୁ ଗୁରୁବାର ପ୍ରଦାନ କରାଯାଇଛି । ଏହି ଦାବିପତ୍ର ପ୍ରଦାନ ପାଇଁ ଟ୍ରାକ୍ଟର ସଙ୍ଘ ଡାବୁଗାଁ ବ୍ଲକ ସଦରମହାକୁମ ସ୍ଥିତ ମା ଡ଼ାବାଦେଇ ମନ୍ଦିର ପ୍ରାଙ୍ଗଣରୁ ଏକ ରାଲି ବାହାର କରି ନଗର ପରିକ୍ରମା କରି ପ୍ରଥମେ ଡାବୁଗାଁ ବିଡ଼ିଓ ରଞ୍ଜିତ ମେରୀ ନାୟକ ପରେ ଡାବୁଗାଁ ତାହସିଲ ବିଭାଗୀୟ ଅଧିକାରୀ ଙ୍କୁ ପ୍ରଦାନ କରିଥିଲେ । 

ଉକ୍ତ ଦାବିପତ୍ର ରେ ସର୍ବସାଧାରଣଙ୍କ ବ୍ୟବହୃତ ନିମନ୍ତେ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ତଥା ତହସିଲ କାର୍ଯ୍ୟାଳୟ ବିନା ନିଲାମରେ ବାଲିଘାଟ ଦିଆଯାଉ , ବାଲି ଟିକସ ନିମନ୍ତେ ଡାବୁଗାଁ ତହସିଲ କାର୍ଯ୍ୟାଳୟ ପରିସରରେ ସ୍ୱତନ୍ତ୍ର ଟିକସ ବିଭାଗ ଖୋଲାଯାଇ ସରକାରଙ୍କ ନିର୍ଦ୍ଧାରିତ ଦରରେ ଟିକସ ଦିଆଯାଉ , ଗରିବ ହିତାଧିକାରୀଙ୍କ ପାଇଁ ମଞ୍ଜୁର ହୋଇଥିବା ପ୍ରଧାନ ମନ୍ତ୍ରୀ ଆବାଶ ଯୋଜନା ଏବଂ ବିଜୁ ପକ୍କା ଘର ନିମନ୍ତେ ଆବଶ୍ୟକ ବାଲି ଓ ପଥର ମାଗଣାରେ ଦିଆଯାଉ , ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ରେ ବ୍ୟବହୃତ ହେଉଥିବା ବାଲି ପଥର ଇତ୍ୟାଦି ବାବଦକୁ ଟିକସ ସରକାରଙ୍କୁ ପୈଠ କରିବା ସତ୍ୱେ ବାରମ୍ବାର ଟ୍ରାକ୍ଟର ମାଲିକ ମାନଙ୍କ ଠାରୁ ଜୋରିମାନା ଆଦାୟ ବନ୍ଦ କରାଯାଉ ଏହିଭଳି ୪ ଦଫା ଦାବୀ ଉଲ୍ଲେଖ ରହିଛି । । ଏହି ଦାବିପତ୍ର ପ୍ରଦାନ ସମୟରେ ସଙ୍ଘ ସଭାପତି ଶୁଭ୍ରଜିତ ପାଣିଗ୍ରାହୀ , ସମ୍ପାଦକ ଜିତେନ୍ଦ୍ର କୁମାର ଅଞ୍ଜଙ୍ଗି , ସଭ୍ୟ ସୁରେନ୍ଦ୍ର କୁମାର ମିଶ୍ର , ଆଶୁତୋଷ ଜେନା , ଦିବାନ ସିଂ , ଗୁପ୍ତ ବିଶୋଇ ଓ ଶତାଧିକ ଟ୍ରାକ୍ଟର ମାଲିକ ଉପସ୍ଥିତ ଥିଲେ ।
Comments
Loading...