Share ଅନ୍ୟାନ୍ୟ ଖବର ପଢନ୍ତୁ ସାମ୍ବାଦିକ ଙ୍କୁ ଛୁରା ମାଡ଼,ଗୁରୁତ୍ୱର ଅବସ୍ଥାରେ ବିଶାଖାପାଟଣା… Aug 30, 2025 ଡାବୁଗାଁ ବ୍ଲକ ରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ Aug 13, 2025 କୋଶଲ ନ୍ୟୁଜ୍ ବ୍ୟୁରୋ : ଡାବୁଗାଁ , ଓଡିଶା ର ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଦୃଘଟଣା ଗ୍ରସ୍ତ ହୋଇଥିବା ଲୋକକୁ ଡାକ୍ତର ଖାନା ଆଣି ଚିକିତ୍ସା କରି ମାନବିକତା ଦେଖାଇଥିଲେ । ସୂଚନା ଯୋଗ୍ୟ : ଡାବୁଗାଁ ବ୍ଲକ ଘୋଡାଖୁଣ୍ଟା ପଞ୍ଚାୟତ ଅଧିନ କାହାକଗୁଡା ଗ୍ରାମର ଦେବସିଂ ଭତ୍ରା କୌଣସି କାରଣରୁ ଡାବୁଗାଁ ଆସି ନିଜ ଗ୍ରାମକୁ ଫେରିବା ବାଟରେ ମଝିଗୁଡା କ୍ରସର ନିକଟରେ ଏକ ଅଜଣା ଗାଡି ଧକା ଧକା ଦେଇଥିଲା ଫଳରେ ସେ ରାସ୍ତା ଉପରେ ଛିଟିକି ହୋଇ ପଡ଼ିଥିଲେ । ମନ୍ତ୍ରୀ ପଦ୍ମିନୀ ଦିଆନ ଉମରକୋଟ ଯାଇ ସେହି ସମୟରେ ସେହିରାସ୍ତାଦେଇ ନିଜ ଅଞ୍ଚଳ କୋଟପାଡ଼ କୁ ଫେରୁଥିଲେ । ଫେରିବା ବାଟରେ ଆହତ ଦେବସିଂ ଙ୍କୁ ଦେଖି ସେ ମାନବିକତା ଦେଖାଇଥିଲେ । ଆହତଙ୍କୁ ଅଗ୍ନିଶମଗାଡି ଦ୍ୱାରା ସେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ଓ ଚିକିତ୍ସା କରାଇଥିଲେ । ସେଠାରେ ଦେବସିଂ ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତର ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଯାଇଛି । ମନ୍ତ୍ରୀ ଙ୍କ ଏପରି କାର୍ଯ୍ୟ କୁ ବୁଦ୍ଧିଜୀବୀ ମାନେ ସ୍ୱାଗତ ଜଣାଇଛନ୍ତି । 0 104 Share FacebookTwitterWhatsAppEmailFacebook MessengerTelegramPrint