
କୋଶଲ ନ୍ୟୁଜ୍ ବ୍ୟୁରୋ : ନବରଙ୍ଗପୁର :-ନବରଙ୍ଗପୁର, ପାପଡାହାଣ୍ଡି : ନବରଙ୍ଗପୁର ଜିଲାରେ ଏବେ ମାତିଛନ୍ତି ସାଇବର ଲୁଟେରା। ଅନ୍ୟର ଆଇଡିକୁ ହ୍ୟାକ କରୁଛନ୍ତି। ଏହାପରେ ଫେସବୁକ ଫ୍ରେଣ୍ଡମାନଙ୍କୁ ଜରୁରୀ ଥିବା କହି ଗୁଗୁଲ ପେ’ରେ ଟଙ୍କା ପଠାଇବାକୁ ନିବେଦନ କରୁଛନ୍ତି ଏବଂ ଜରୁରୀ ଅଛି କହି ମେସେଜ ପଠାଉଛନ୍ତି । ନବରଙ୍ଗପୁର ପାଇଁ ଏହା ନୂଆ ଘଟଣା ନାହିଁ ଏମିତି ବହୁବାର ହୋଇଛି, କିଛି ଦିନ ତଳେ ନବରଙ୍ଗପୁରର ଜଣେ ବ୍ୟକ୍ତିଙ୍କ ଫେସବୁକ ଆଇଡିକୁ ହେକ କରି ଫେସବୁକ ଫ୍ରେଣ୍ଡ ମାନଙ୍କୁ ଜରୁରୀ ଥିବା କହି ଟଙ୍କା ମାଗିଥିଲେ। ଏସବୁ ଜାଣିବା ପରେ ସେ ସୋସିଆଲ ମିଡ଼ିଆରେ ମେସେଜ ଦେଇ ନିଜର ଫ୍ରେଣ୍ଡମାନଙ୍କୁ ସତର୍କ କରାଇ ଥିଲେ।