Share ମକା ବାଡ଼ରେ ମାଆ ଭାଲୁ ସହ ଦୁଇଟି ଛୁଆ ଆତଙ୍କିତ ଚାଷୀ ଆଉ ଗ୍ରାମବାସୀ ।ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଇନ୍ଦ୍ରାବତୀ ନଦୀ କୂଳରେ ଥିବା ବୈରାଗୀଗୁଡା ଗ୍ରାମ ପାଖ ମକା ବାଡ଼ ନିକଟର ଏକ ଗାତ ମଧ୍ୟରେ ଗୋଟିଏ ଭାଲୁ ଦୁଇଟି ଛୁଆ ଜନ୍ମ କରିଛି।କିଛି ଲୋକ ମକା ବାଡ଼ରେ ମକା ଭାଙ୍ଗୁଥିବା ସମୟରେ ମକା ବାଡ଼ ନିକଟରେ ଥିବା ଗାତ ଭିତରୁ ଭାଲୁ ଛୁଆ ମାନଙ୍କର କାନ୍ଦିବା ଶବ୍ଦ ଶୁଣିଥିଲେ। ଏହାପରେ ଲୋକମାନେ ଭୟରେ ମକା ଭାଙ୍ଗିବା ଛାଡି ଗାଁ ଭିତରକୁ ଚାଲି ଆସିଥିଲେ। ଏହି ଖବର ଗାଁ ଲୋକ ଜାଣିବା ପରେ ଭାଲୁ ମାନଙ୍କୁ ଦେଖିବା ପାଇଁ ଯାଇ ଦିଖିଥିଲେ ଦୁଇ ଛୁଆ ସହ ଭାଲୁ ସୋଇଥିବା ।ଏହାପରେ ମାଆ ଭାଲୁ ଓ ଛୁଆ ମାନଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ଏହି ଖବର ପାଇବା ପରେ ନବରଙ୍ଗପୁର ବନ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ବର୍ତମାନ ପରିସ୍ଥିତି ରେ ମାଆ ଭାଲୁ ଓ ତା ଛୁଆ ମାନଙ୍କୁ ସ୍ଥାନାନ୍ତରିତ କରିବା ସମ୍ଭବ ନଥିବାରୁ ଗ୍ରାମବାସୀ ମାନଙ୍କୁ ଭାଲୁ ଛୁଆ ପକାଇଥିବା ସ୍ଥାନକୁ ନଯିବା ପାଇଁ ବନ ବିଭାଗ ଲୋକଙ୍କୁ ସତର୍କ କରାଇଛି। ଏଥିସହ ବନ ବିଭାଗ କର୍ମଚାରୀ ମାନେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଘଟଣା ସ୍ଥଳରେ ଜଗିରହି ଥିବା ସୂଚନା ମିଳୁଛି 0 72 Share FacebookTwitterWhatsAppEmailFacebook MessengerTelegramPrint