Share କୋଶଲ ନ୍ୟୁଜ୍ ବ୍ୟୁରୋ : ଡାବୁଗାଁ , ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ର ଶ୍ରୀନିବାସ କଲ୍ୟାଣ ମଣ୍ଡପ ଠାରେ ଡାବୁଗାଁ ମଣ୍ଡଳ ସଭାପତି ଜି. ରାଜ ଶେଖର ରାଓ ଙ୍କ ସଭାପତିତ୍ବ ଭାରତୀୟ ଜନତା ପାର୍ଟି ର ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ,ଜିଲ୍ଲା ବିଜେପି ଉପସଭାପତି ଜୟନ୍ତ କୁମାର ପାତ୍ର ଯୋଗ ଦେଇ ପ୍ରଶିକ୍ଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପାର୍ଥି ଭାବେ ଲଢୁଆ ନେତା ପଦ୍ମନ ନାୟକ , ଅନ୍ୟାନ୍ୟ ଖବର ପଢନ୍ତୁ ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷରେ ଓ. ସେ. ପା. ଭୁବନଶ୍ୱର ତରଫରୁ ଭିଡିଓ… May 9, 2025 ଆଡଭକେଟ୍ ଜୟନ୍ତ କୁମାର ପାତ୍ର ଭାରତ ସରକାରଙ୍କ ଦ୍ବାରା ନୋଟାରୀ ପବ୍ଲିକ… Mar 24, 2025 ବାବୁଲି ପାଳ ରାଜ୍ୟ କାର୍ଯ୍ୟ କାରୀଣି ସଭ୍ୟା ମନୋରମା ନାୟକ , ସଙ୍ଘ ବିଚାରକ ବିଦ୍ୟୁତ କୁମାର ପାତ୍ର ବୋରିଗାଁ ମଣ୍ଡଳ ସଭାପତି ଭାସ୍କର ସୁନା ପ୍ରମୁଖ ଯୋଗ ଦେଇ ବିଜେପି ଦଳର ସଂଗଠନ ମଣ୍ଡଳ ସ୍ତରରେ ମଜବୁତ କରିବା ପାଇଁ ବିଜେପି ର ନୀତି ନିୟମ ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା । ଏହି ପ୍ରଶିକ୍ଷଣ ଶିବିର ରେ ଉପସ୍ଥିତ ଥିବା ସମସ୍ତ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥି ମାନଙ୍କ ପରିଚୟ ପ୍ରଦାନ ସହ ମଂଚ ପରିଚାଳନା ବିଜେପିର ଜିଲା ଉପସଭାପତି ଜୟନ୍ତ କୁମାର ପାତ୍ର କରିଥିଲେ । ଏହି ପ୍ରଶିକ୍ଷଣ ଶିବିର ରେ ଡାବୁଗାଁ ବ୍ଲକ ର ଦୁଇଟି ମଣ୍ଡଳ ଯଥା ଡାବୁଗାଁ ଓ ବୋରିଗାଁ ମଣ୍ଡଳ ର ସମସ୍ତ କର୍ମକର୍ତା ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଡାବୁଗାଁ ମଣ୍ଡଳର ମହେଶ ପାତ୍ର,ନରୁ ସିଂ ଓ ବୋରିଗଁ। ମଣ୍ଡଳର ସତମନ ପୁଝାରୀ, ଦସମୁ କଲର,ରତନ କଲର ଅଗ୍ରଣୀ କର୍ମୀ ଙ୍କ ସହଯୋଗ ରେ ସଫଳ ରୂପାୟନ ହୋଇଥିଲା।ଉକ୍ତ ପ୍ରଶିକ୍ଷଣ ଶିବିର ତା୨୨/୧୨ ଓ ୨୩/୧୨ ଦୁଇଦିନ ଧରି ଚାଲିଵ ବୋଲି ମଞ୍ଚ ପରିଚାଳନା କରୁଥିବା ଜିଲ୍ଲା ଉପ ସଭାପତି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି । 0 10 Share FacebookTwitterWhatsAppEmailFacebook MessengerTelegramPrint