Share ଅନ୍ୟାନ୍ୟ ଖବର ପଢନ୍ତୁ ସାମ୍ବାଦିକ ଙ୍କୁ ଛୁରା ମାଡ଼,ଗୁରୁତ୍ୱର ଅବସ୍ଥାରେ ବିଶାଖାପାଟଣା… Aug 30, 2025 ଡାବୁଗାଁ ବ୍ଲକ ରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ Aug 13, 2025 କୋଶଲ ନ୍ୟୁଜ୍ ବ୍ୟୁରୋ : ନବରଙ୍ଗପୁର : ଜିଲ୍ଲା ସଭାପତି ଯୋଗଦୀଶ ବିଷୟୀ ଙ୍କ ଅନୁମୋଦନ ପରେ ବୋରିଗାଁ ମଣ୍ଡଳ ସଭାପତି ଭାଷ୍କର ସୁନା ମଣ୍ଡଳ ଟିମ୍ ଘୋଷଣା କରିଛନ୍ତି। ବୋରିଗାଁ ଟିମ୍ ରେ ଏଥର ଅନେକ ନୂଆ ମୁହଁ ଦେଖିବାକୁ ମିଳିଛି। ଯୁବକ ମାନଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ବିଚିତ୍ର ହରିଜନ ସହ ଅନ୍ୟ ୭ଜଣ ଙ୍କୁ ଉପ-ସଭାପତି ଦାୟିତ୍ଵ ପ୍ରଦାନ କରା ଯାଇଛି। ନୈ।ସେନ୍ ମଙ୍ଗରୀ ଙ୍କୁ ସାଧାରଣ ସଂପାଦକ ଦାୟିତ୍ଵ ଦିଆ ଯାଇଛି। ସଂପାଦକ ଭାବେ ଜଳନ୍ଧର ଭତ୍ରା , ନର ମାଝୀ ଭଳି ପୂରୂଣା କାର୍ଯ୍ୟକର୍ତ୍ତା ମାନଙ୍କୁ ଟିମ୍ ରେ ସ୍ଥାନ ମିଳିଛି। ଏଭଳି ୨ ଜଣ ଙ୍କୁ ସାଧାରଣ ସଂପାଦକ ୬ଙ୍କୁ ସଂପାଦକ ଦାୟିତ୍ଵ ଦିଆଯାଇଥିବା ସ୍ଥଳେ , ବିଶ୍ବନାଥ କଲାର ଙ୍କୁ ଯୁବମୋର୍ଚ୍ଚା ସଭାପତି,ରଦମା ପନ୍ନକା ଙ୍କୁ ମହିଳା ମୋର୍ଚ୍ଚା ସଭାନେତ୍ରୀ,ମନଭଦ୍ ଭତ୍ରା ଙ୍କୁ କିଷାନ୍ ମୋର୍ଚ୍ଚା ସଭାପତି, ପର୍ଶୁରାମ ସୁନା ଙ୍କୁ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି, ସୁନ୍ଦର ଭତ୍ରା ଙ୍କୁ ଆଦିବାସୀ ମୋର୍ଚ୍ଚା ସଭାପତି,ରବି ସିଂ ମାଝୀ ଙ୍କୁ ପଛୁଆ ବର୍ଗ ସଭାପତି, ସନୁ ପନ୍ନକା ଙ୍କୁ ଏସ୍ ସି ମୋର୍ଚ୍ଚା ସଭାପତି ଦାୟିତ୍ୱ ପ୍ରଦାନ କରାଯାଇଛି। ନୂଆ ପୁରୁଣା କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ଖୁବ ସୁନ୍ଦର ଭାରସାମ୍ୟ ରକ୍ଷା କରି ମଣ୍ଡଳ ସଭାପତି ଶ୍ରୀ ସୁନା ଟିମ୍ ଘୋଷଣା କରିଛନ୍ତି। ନବ ଗଠିତ ଟିମ୍ କୁ ଜିଲ୍ଲା ଉପ-ସଭାପତି ଜୟନ୍ତ କୁମାର ପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ପଦ୍ମନ ନାୟକ, ବରିଷ୍ଠ ବିଜେପି ନେତା ଅରୁଣ ନାୟକ, ଡାବୁଗାଁ ମଣ୍ଡଳ ବିଜେପି ସଭାପତି ଜେ ରାଜଶେଖର ରାଓ ସମେତ ଜିଲ୍ଲା ତଥା ଡାବୁଗାଁ ନିର୍ବାଚନ ମଣ୍ଡଳୀ ର ବିଜେପି କାର୍ଯ୍ୟକର୍ତ୍ତା ମାନେ ସ୍ବାଗତ କରିଛନ୍ତି। 0 10 Share FacebookTwitterWhatsAppEmailFacebook MessengerTelegramPrint