Share ଅନ୍ୟାନ୍ୟ ଖବର ପଢନ୍ତୁ ସାମ୍ବାଦିକ ଙ୍କୁ ଛୁରା ମାଡ଼,ଗୁରୁତ୍ୱର ଅବସ୍ଥାରେ ବିଶାଖାପାଟଣା… Aug 30, 2025 ଡାବୁଗାଁ ବ୍ଲକ ରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ Aug 13, 2025 କୋଶଲ ନ୍ୟୁଜ୍ ବ୍ୟୁରୋ : ନବରଙ୍ଗପୁର : ଡାବୁଗାଁ ଥାନା ଅନ୍ତର୍ଗତ ଉମୁରାହାଣ୍ଡି ଗ୍ରାମରେ ଜଣେ ଯୁବକ ଆଜି ଦିନ ପ୍ରାୟ ୧ ଘଣ୍ଟା ସମୟରେ ଗ୍ରାମର ଏକ କେନ୍ଦୁଗଛରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଯୁବକ ଜଣକ ଉମୁରାହାଣ୍ଡି ଗ୍ରାମର ଠକଧର ଗୌଡ ବୟସ ପ୍ରାୟ ୨୪ ବର୍ଷ ହେବ ବୋଲି ଜଣାପଡିଛ। ଉମୁରାହାଣ୍ଡି ଗ୍ରାମର ଦଇନୁ ଗୌଡର ପୁଅ ଠକଧର ଗୌଡ ବିବାହିତ । ତାର ଏକ ଛୋଟ ଝିଅ ମଧ୍ୟ ଅଛି। ତେବେ ଦିନ ପ୍ରାୟ ଏକ ଘଣ୍ଟା ସମୟରେ ଗ୍ରାମର ମନ୍ଦିର ନିକଟ କେନ୍ଦୁ ଗଛରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି। ସେହି ରାସ୍ତା ଦେଇ ଯାତାୟାତ କରୁଥିବା ଗ୍ରାମବାସୀ ଠକଧର ଆତ୍ମହତ୍ୟା କରିଥିବା ନେଇ ପରିବାର ଲୋକଙ୍କୁ ଖବର ଦେବାପରେ ପରିବାର ଲୋକେ ଏ ନେଇ ଡାବୁଗାଁ ଥାନାରେ ଏତଲା ଦେଇଥିଲେ। ଡାବୁଗାଁ ପୁଲିସ ଉମୁରାହାଣ୍ଡି ଗ୍ରାମରେ ପହଞ୍ଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ। 0 26 Share FacebookTwitterWhatsAppEmailFacebook MessengerTelegramPrint