ବିଜେପି ଯୁବମୋର୍ଚ୍ଚା ର ଥାନା ଘେରାଉ

କୋଶଲ ନ୍ୟୁଜ୍ ବ୍ୟୁରୋ : ନବରଙ୍ଗପୁର ଡାବୁଗାଁ ବିଜେପି ଯୁବମୋର୍ଚ୍ଚା ତରଫରୁ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ଯୁବମୋର୍ଚ୍ଚା କର୍ମୀମାନେ ରାଜ୍ୟର ବିଭିନ୍ନ ଥାନାରେ ମନ୍ତ୍ରୀ ପ୍ରତାପ ଜେନା ଙ୍କ ବିରୋଧରେ  ସ୍ଲୋଗାନ ଦେଇ ତାଙ୍କ ଗିରଫ ଦାବୀ କରିଥିଲେ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କା ଘର ଭାବେ ଦର୍ଶାଯାଉଥିବା କାର୍ଯ୍ୟ କୁ ମଧ୍ୟ ଯୁବମୋର୍ଚ୍ଚା ବିରୋଧ କରିଛି। ଏହି ଅବସରରେ ବିଜେପି ଜିଲ୍ଲା ଉପ ସଭାପତି ତଥା ଜିଲ୍ଲା ଯୁବମୋର୍ଚ୍ଚା ପ୍ରଭାରୀ ଜୟନ୍ତ କୁମାର ପାତ୍ର, ଡାବୁଗାଁ ନିର୍ବାଚନ ମଣ୍ଡଳୀ ଯୁବମୋର୍ଚ୍ଚା ପ୍ରଭାରୀ ଅରୁଣ ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ପଦ୍ମନ ନାୟକ, ଡାବୁଗାଁ ବିଜେପି ମଣ୍ଡଳ ସଭାପତି ଜେ. ରାଜଶେଖର ରାଓ, ମୈଦଲପୁର ମଣ୍ଡଳ ସଭାପତି ବାବୁଲି ପାଳ, ସାଧାରଣ ସଂପାଦକ ମହେଶ ପାତ୍ର, ନରେନ୍ଦ୍ର ସାହୁ, ବନ୍ଧୁ ମାଝୀ, ଦୁର୍ଜଧନ ମିର୍ଗାନ, ଯୁବମୋର୍ଚ୍ଚା ସଭାପତି ଓ୍ବାଇ. ରାଜ କୁମାର, ମୈଦଲପୁର ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ସଞ୍ଜିବ ବିଷୟୀ, ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ନରୁ ସିଂ, କୃଷକ ମୋର୍ଚ୍ଚା ଉପ ସଭାପତି ରତନ କଲାର , ମୋହନ ଦାଶ ପୂଜାରୀ, ମୁରଲୀ ହାଲବା, ପଙ୍କଜ ମାଝୀ ଏବଂ ଅନ୍ୟମାନେ ଡାବୁଗାଁ ଥାନା ସମ୍ମୁଖରେ ଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। 
ଡାବୁଗାଁ ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଅରୁଣ ନାୟକ ମାହାଙ୍ଗା ଡବଲ ମର୍ଡର ଘଟଣାର ନିରୋପେକ୍ଷ ତଦନ୍ତ ପାଇଁ ଦାବି କରିଥିଲେ। ଜିଲ୍ଲା ଉପ-ସଭାପତି ଜୟନ୍ତ କୁମାର ପାତ୍ର ସଂପୃକ୍ତ ମନ୍ତ୍ରୀ ପ୍ରତାପ ଜେନା ଙ୍କ ଯଥା ଶୀଘ୍ର ଗିରଫ କରିବା ପାଇଁ ଦାବୀ କରିଥିଲେ। ଅନେକ ସମୟ ପର୍ଯ୍ୟନ୍ତ ଥାନା ସମ୍ମୁଖରେ ବିଜେପି କର୍ମୀ ମାନେ ଧାରଣା ରେ ବସି ଥିଲେ।
Comments
Loading...