Share କୋଶଲ ନ୍ୟୁଜ୍ ବ୍ୟୁରୋ : ଏଙ୍କର – କ୍ରୀଡ଼ା ଓ ଯୁବ ବ୍ଯାପାର ମନ୍ତ୍ରଣାଳୟ ଭାରତ ସରକାର ଆନୁକୂଲ୍ଯରେ ନେହେରୁ ଯୁବକେନ୍ଦ୍ର ସଂଗଠନ ନବରଙ୍ଗପୁର ତରଫରୁ ଆଜି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଚନ୍ଦାହାଣ୍ଡି ବ୍ଲକ୍ ଫଲସାପଡ଼ା ଠାରେ ” ଯୁବା ମଣ୍ଡଳ ବିକାଶ କାର୍ଯ୍ଯକ୍ରମ ” ଅନୁଷ୍ଠିତ ହୋଇ ଯାଇଛି । ତେବେ ସ୍ଥାନୀୟ ଫଲସାପଡ଼ା ଯୁବକ ସଂଘର ସଭାପତି ଶ୍ରୀଯୁକ୍ତ ଭଗବାନ ବାଘଙ୍କ ସଭାପତିତ୍ବରେ ଆଜିର ଏହି କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ରୂପେ ଚନ୍ଦାହାଣ୍ଡି ପଞ୍ଚାୟତ ସମିତି ଅଧ୍ଯକ୍ଷ ଟିକମ୍ ସିଂ ନାୟକ ଆସନ ଅଳଂକୃତ କରିଥିବା ବେଳେ ସମ୍ମାନୀତ ଅତିଥି ରୂପେ ଅଧିବକ୍ତା ହୁମେଶ୍ବର ହଂସ, ମୂଖ୍ଯ ବକ୍ତା ରୂପେ ସମାଜସେବୀ କ୍ଷେମରାଜ୍ ବାଘ ଯୋଗ ଦେଇଥିଲେ । ଅନ୍ୟାନ୍ୟ ଖବର ପଢନ୍ତୁ ସାମ୍ବାଦିକ ଙ୍କୁ ଛୁରା ମାଡ଼,ଗୁରୁତ୍ୱର ଅବସ୍ଥାରେ ବିଶାଖାପାଟଣା… Aug 30, 2025 ଡାବୁଗାଁ ବ୍ଲକ ରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ Aug 13, 2025 ଆଜିର ଏହି କାର୍ଯ୍ଯକ୍ରମରେ ଯୁବକ ମାନଙ୍କୁ ନେଇ ସମାଜର ବିକାଶ ଓ ଯୁବକ ସଂଘର ଉତ୍ତରୋତ୍ତର ଉନ୍ନତି ରେ ସଂଘର ସଦସ୍ଯ ଓ ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବବ୍ଯାପାର ମନ୍ତ୍ରଣାଳୟର ଗୁରୁୁତ୍ବ ନେଇ ସଭାରେ ଉପସ୍ଥିତ ଯୁବକ ସମାଜ ଓ ସଂଗଠନକୁ ସୁଦୃଢ଼ କରିବା ନେଇ ଉପସ୍ଥିତ ଅତିଥିମାନେ ବୁଝାଇଥିଲେ । ଆୟୋଜିତ କାର୍ଯ୍ଯକ୍ରମରେ ଅଞ୍ଚଳର ୧୯ ରୁ ଉର୍ଦ୍ବ ଯୁବକ ସଂଘ ଯୋଗଦେଇ ସଂଘ ଗଠନ କରି ସାମାଜୀକ ସେବା କ୍ଷେତ୍ରରେ ନିଜକୁ ନିୟୋଜନ କରିବା ଓ ଯୁବକମାନଙ୍କୁ ନେଇ ସଂଘ ଗଠନ କରି ଆଗକୁ ବଢ଼ିବାକୁ ସମସ୍ତଙ୍କୁ ଦିଗଦର୍ଶନ ଦେଇଥିଲେ । ଜାତୀୟ ଯୁବ ସ୍ବେଛାସେବୀ ହିମାଂଶୁ ଶେଖର ସୋରୀ ଓ ପଙ୍କଜ ସୁନାନୀ ଅଞ୍ଚଳରେ ଥିବା ସମସ୍ତ ଯୁବକମାନେ ସଂଗଠିତ ହୋଇ ଯୁବକ ସଂଘ ଗଠନ ଓ ଯୁବକ ସଂଘର ବିକାଶ ନିମନ୍ତେ ନେହେରୁ ଯୁବକେନ୍ଦ୍ର ସହ ଅନୁବନ୍ଧିତ ହୋଇ କାର୍ଯ୍ଯ କରିବା ନେଇ ସମସ୍ତଙ୍କୁ ପ୍ରବର୍ତାଇଥିଲେ । ପରିଶେଷରେ ସଭାର ସଭାପତି ସମସ୍ତଙ୍କୁ ଧନ୍ଯବାଦ ଦେଇ ସଭାସାଙ୍ଗ କରିଥିଲେ । 0 16 Share FacebookTwitterWhatsAppEmailFacebook MessengerTelegramPrint