Share କୋଶଲ ନ୍ୟୁଜ୍ ବ୍ୟୁରୋ : ନବରଙ୍ଗପୁର :-ଡାବୁଗାଁ: ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ନୂତନ ଭୋଟର ତାଲିକା ପ୍ରକାଶନ ପାଇଁ ଏକ ପ୍ରସ୍ତୁତି ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକ ପାଇଁ ଡାବୁଗାଁ ବ୍ଲକ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସଦାଶିବ ସାହୁ ବୁଧବାର ଦିନ ଡାବୁଗାଁ ବ୍ଲକର ସମସ୍ତ ବୁଥ ସ୍ତରୀୟ ଅଧିକାରୀ (ବିଏଲଓ) ମାନଙ୍କୁ ୱାଟସପ ମାଧ୍ୟମରେ ଗୁରୁବାର ଦିନ ପୂର୍ବାହ୍ନ ୧୧॰୩୦ ଘ॰ ସମୟରେ ବୈଠକ କରାଯିବ ନେଇ ଜଣାଇଥିଲେ | ଅନ୍ୟାନ୍ୟ ଖବର ପଢନ୍ତୁ ସାମ୍ବାଦିକ ଙ୍କୁ ଛୁରା ମାଡ଼,ଗୁରୁତ୍ୱର ଅବସ୍ଥାରେ ବିଶାଖାପାଟଣା… Aug 30, 2025 ଡାବୁଗାଁ ବ୍ଲକ ରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ Aug 13, 2025 ଖବର ପାଇଁ ସମସ୍ତ ବିଏଲଓ ମାନେ ୧୧ ଘ॰ ସମୟରେ ଆସି ବ୍ଲକ ର ସମ୍ମିଳନୀ ଖାକଷା ସମ୍ମୁଖରେ ପହଞ୍ଚିଥିଲେ କିନ୍ତୁ ଅପରାହ୍ନ ୧ ॰୧୫ ଘ॰ ସମୟ ପର୍ଯ୍ୟନ୍ତ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଙ୍କ ଦେଖା ନଥିଲା | ବିଏଲଓ ମାନେ ୨ ଘଣ୍ଟାରୁ ଅଧିକ ସମୟ ବାହାରେ ଖରାରେ ଛିଡା ହୋଇ ରହିଥିଲେ | ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଅପରାହ୍ନ ୧॰୩୦ ଘ॰ ସମୟରେ ଆସି ପହଞ୍ଚି ସମ୍ମିଳନୀ କକ୍ଷର ତାଲା ଖୋଲିଥିଲେ | ଯାହା ଫଳରେ ବିଏଲଓ ମାନେ ଅସନ୍ତୋଷ ପ୍ରକାଶ କରିବା ସହ ପାଟିତୁଣ୍ଡ କରିବା ସହ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀଙ୍କ ସହ ବଚସା ହୋଇଥିଲା | ଶେଷରେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ବିଏଲଓ ମାନଙ୍କୁ ବୁଝାସୁଝା କରି ସମ୍ମିଳନୀ କକ୍ଷକୁ ନେଇ ବୈଠକ ଆରମ୍ଭ କରିଥିଲେ | ଏଥିରେ ବିଏଲଓ ମାନଙ୍କୁ ବସିବା ପାଇଁ ଚୌକି ନଥିବାରୁ ସେମାନେ ଛିଡା ହୋଇ ରହିଥିଲେ | ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ନୂତନ ଭୋଟର ତାଲିକା ବି’ଏଲଓ ମାନଙ୍କୁ ପ୍ରଦାନ କରିଥିଲେ | ଉକ୍ତ ଭୋଟର ତାଲିକାକୁ ବିଏଲଓ ମାନେ ଶୁକ୍ରବାର ନିଜ ନିଜ ବୁଥରେ ପ୍ରକାଶ କରି ଭୋଟର ମାନଙ୍କୁ ସଚେତନ କରିବେ | ଏଥିରେ ବ୍ଲକର ୬ ଜଣ ସୁପରଭାଇଜର ଓ ୫୪ ଜଣ ବୁଥ ସ୍ତରୀୟ ଅଧିକାରୀ (ବିଏଲଓ) ମାନେ ଉପସ୍ଥିତ ଥିଲେ | 0 32 Share FacebookTwitterWhatsAppEmailFacebook MessengerTelegramPrint