Share କୋଶଲ ନ୍ୟୁଜ୍ ବ୍ୟୁରୋ : ନବରଙ୍ଗପୁର : ଆଜି ପ୍ରାୟ ସକାଳ ୧୦ ଘଣ୍ଟା ସମୟରେ ବିଜେପି ରାଜ୍ୟ ଉପସଭାପତି ଶ୍ରୀ ବଳଭଦ୍ର ମାଝୀ, ଜିଲ୍ଲା ସଭାପତି ଯୋଗଦୀଶ ଚନ୍ଦ୍ର ବିଷୟୀ , ଜିଲ୍ଲା ଉପ-ସଭାପତି ଜୟନ୍ତ କୁମାର ପାତ୍ର, ପାପଡାହାଣ୍ଡି ବ୍ଲକ ର ବରିଷ୍ଠ ନେତା କୈଳାସ ଚନ୍ଦ୍ର ପାଣିଗ୍ରାହୀ, ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ମନୋଜ ମହାଙ୍କୁଡ, ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଅରୁଣ ପୂଜାରୀ, ଡାବୁଗାଁ ମଣ୍ଡଳ ସଭାପତି ଜେ. ରାଜଶେଖର ରାଓ, ପୂର୍ବତନ ମଣ୍ଡଳ ସଭାପତି ଦାମଧର ପ୍ରଧାନ, ଜିଲ୍ଲା ଯୁବମୋର୍ଚ୍ଚା ସଂପାଦକ ନରେନ୍ଦ୍ର ସାହୁ, ମଣ୍ଡଳ ସଭାପତି କ୍ଷେତ୍ର ମୋହନ ପାତ୍ର, ଚିତ ଜାନୀ ଏବଂ ଅନ୍ୟାନ୍ୟ ବିଜେପି କର୍ମୀ ମାନେ ଜଟାବାଲ ଧାନ ମଣ୍ଡି କୁ ଯାଇ ସ୍ଥିତିର ସମୀକ୍ଷା କରିଥିଲେ। କୃଷକ ମାନଙ୍କ ପାଇଁ ଆବଶ୍ୟକୀୟ କୌଣସି ସୁବିଧା ନଥିବା କାରଣରୁ ଏବଂ ସରକାରୀ ଗାଇଡଲାଇନ୍ କୁ ଅଧିକାରୀ ମାନେ ପାଳନ କରୁନ ଥିବା କାରଣରୁ ରାଜ୍ୟ ଉପସଭାପତି ଶ୍ରୀ ବଳଭଦ୍ର ମାଝୀ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ଭବିଷ୍ୟତରେ ଏପରି ଅନିୟମିତତା ହେଲେ ବିଜେପି ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବ ବୋଲି ଜିଲ୍ଲା ସଭାପତି ଯୋଗଦୀଶ ଚନ୍ଦ୍ର ବିଷୟୀ ଏବଂ ଜିଲ୍ଲା ଉପ-ସଭାପତି ଜୟନ୍ତ କୁମାର ପାତ୍ର ବ୍ୟକ୍ତ କରିଛନ୍ତି। 0 19 Share FacebookTwitterWhatsAppEmailFacebook MessengerTelegramPrint