Share କୋଶଲ ନ୍ୟୁଜ୍ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଅଞ୍ଚଳରେ ବର୍ତ୍ତମାନ ଅବାଧ ଗୁଣ୍ଡୁରି ପକ୍ଷୀ ଶିକାର ଚାଲିଥିବା ଅଭିଯୋଗ ହୋଇଛି । ଦିନ ଦ୍ବିପହରରେ ଏହି ପକ୍ଷୀକୁ ଶିକାର କରି ବିକ୍ରି କରାଯାଉଥିଲେ ମଧ୍ୟ ବନ ବିଭାଗର ନିଘା ନାହିଁ । ଏହି ଉପକଣ୍ଠ ତଥା ଗ୍ରାମାଞ୍ଚଳରେ ଗୋଟିଏ ଗୁଣ୍ଡୁରିକୁ ୪୦,୫୦ ଟଙ୍କାରେ ବିକ୍ରି କରାଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି । ଡିସେମ୍ବର ଆରମ୍ଭରେ ଧାନ କଟା ସରିଗଲେ ବିକୁ କୀଟ ଓ ଶସ୍ୟ ଦାନା ଖାଇବାକୁ ଗୁଣ୍ଡୁରୀ ପକ୍ଷୀମାନେ ଆସିଥାନ୍ତି । ଏହାର ମାଂସ ଅତି ସ୍ଵାଦିଷ୍ଟ ହୋଇଥିବାରୁ ଶିକାରୀଙ୍କ ନଜର ସବୁବେଳେ ଏହି ପକ୍ଷୀ ଉପରେ ରହିଥାଏ । ଏହାର ଚାହିଦା ମଧ୍ୟ ବହୁତ ରହିଛି । ଫଳରେ ଏହି ସମୟରେ ଜାଲ ବିଛାଇ ଗୁଣ୍ଡୁରି ଧରି ବିକ୍ରି କରାଯାଉଛି । ଗୁଣ୍ଡୁରି ପକ୍ଷୀ ଶିକାର ଉପରେ ବନ ବିଭାଗ ରୋକ ଲଗାଇଥିଲେ ମଧ୍ୟ ଗାଁ ଗହଳିରେ କେହି ମାନୁନାହାନ୍ତି । ଧାନ ବିଲକୁ ଓହ୍ଲାଉଥିବା ଏହି ନିରୀହ ପକ୍ଷୀମାନେ ଶିକାରୀର ଜାଲିରେ ପଡିଯାନ୍ତି। ଅନ୍ୟାନ୍ୟ ଖବର ପଢନ୍ତୁ ସାମ୍ବାଦିକ ଙ୍କୁ ଛୁରା ମାଡ଼,ଗୁରୁତ୍ୱର ଅବସ୍ଥାରେ ବିଶାଖାପାଟଣା… Aug 30, 2025 ଡାବୁଗାଁ ବ୍ଲକ ରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ Aug 13, 2025 ଶିକାରୀମାନଙ୍କ ପାଇଁ ଏପରି ବିଭିନ୍ନ ପଶୁ ପକ୍ଷୀ ଦିନ କୁ ଦିନ ଲୋପ ପାଇବାରେ ଲାଗିଛି। ଗୋଟିଏ ଗୁଣ୍ଡୁରି ପ୍ରାୟ ୭୦ରୁ ୧୦୦ଗ୍ରାମ ହୋଇଥିବା ବେଳେ ଗୋଟିଏ ପକ୍ଷୀକୁ ୪୦ରୁ ୫୦ଟଙ୍କାରେ ବିକ୍ରି କରାଯାଉଛି । ଏହି ଚଢେଇ ସାଧାରଣତଃ ବୁଦୁବୁଦିଆ ଜଙ୍ଗଲରେ ବସବାସ କରନ୍ତି । ଶସ୍ୟ ଅମଳ ପରେ ଦଳ ଦଳ ହୋଇ ଗୁଣ୍ଡୁରି ଚଢ଼େଇମାନେ ବିଲକୁ ଓହ୍ଲାଇ ଆସନ୍ତି ଧାନ , ମାଣ୍ଡିଆ , ସୁଆଁ ଆଦି କ୍ଷୁଦ୍ର ଶସ୍ୟ ସଂଗ୍ରହ ସକାଶେ ଆସି ଶିକାରୀଙ୍କ ଜାଲରେ ପଡ଼ିଯାନ୍ତି । ଶିକାରୀମାନେ ଜାଲ ଧରି ଜମି ମଧରେ ବୁଲୁଥାନ୍ତି ଗୁଣ୍ଡୁରି ଉଡିବାକୁ ଚେଷ୍ଟା କଲେ ଫଡଫଡ଼ ଶବ୍ଦ ହୁଏ ଓ ଏହି ସମୟରେ ଜାଲିକୁ ତଳକୁ ଛାଡି ଦିଆଯାଏ ଯଦ୍ୱାରା ନିରୀହ ପକ୍ଷୀମାନେ ଶିକାରୀଙ୍କ ଜାଲରେ ଫସି ରହି ଯାନ୍ତି । ଏହାକୁ ଧରି ଶିକାରୀ ମାନେ ଗାଁ ଗହଳିରେ ବିକ୍ରି କରୁଛନ୍ତି । ଦିନ ଦ୍ବିପହରରେ ଗୁଣ୍ଡୁରି ଶିକାର କରାଯାଉଥିଲେ ମଧ୍ୟ ବନ ବିଭାଗ ତରଫରୁ କୋଣସି ନିଘା ନାହିଁ । ଏଣୁ ବିନା ଭୟରେ ଅବାଧରେ ପକ୍ଷୀ ଶିକାର ହେବା ସହ ବିକ୍ରୟ ଚାଲିଛି । ପରିବେଶ ସନ୍ତୁଳନରେ ଗୁଣ୍ଡୁରି ପକ୍ଷୀର ଭୂମିକା ରହିଛି । ଅବାଧ ଶିକାର ଯୋଗୁଁ ଏହାର ବଂଶ କ୍ରମଶଃ ଲୋପ ପାଇବାକୁ ବସିଲାଣି । ବନବିଭାଗ ତରଫରୁ ଧରପଗଡ଼ କରି ଶିକାର ବନ୍ଦ କରି ବାକୁ ଅଞ୍ଚଳର ପରିବେଶବିତ ଦାବି କରିଛନ୍ତି ।ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର 0 17 Share FacebookTwitterWhatsAppEmailFacebook MessengerTelegramPrint