
ନବରଙ୍ଗପୁର ଜିଲ୍ଲା (ଡାବୁଗାଁ):- କଂଗ୍ରେସ ର ଓଡିଶା ବନ୍ଦ ଡ଼ାକରାରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କଂଗ୍ରେସ ତରଫରୁ ଡାବୁଗାଁ ବ୍ଲକ ରେ ୬ ଘଣ୍ଟିଆ ବନ୍ଦ ପାଳନ ହୋଇଛି । ପିସିସ ସଭାପତି ଓ ନବରଙ୍ଗପୁର ଜିଲା ସଭାପତି ଙ୍କ ନିର୍ଦେଶରେ ଡାବୁଗାଁ ବ୍ଲକ କଂଗ୍ରେସ ସଭାପତି ଙ୍କ ନେତୃତ୍ୱ ରେ ଏହି ବନ୍ଦ ପାଳନ ସକାଳ ସାତ ରୁ ମଧ୍ୟାହ୍ନ ଗୋଟେ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ଏହି ବନ୍ଦ ପାଳନ ପେଟ୍ରୋଲ ,ଡିଜେଲ , ଗ୍ୟାସ ଦର ବୃଦ୍ଧି ,ଚାଷୀ ଙ୍କ ସମସ୍ୟା ,ବେକାରୀ ଙ୍କୁ ଅଣଦେଖା ପ୍ରତିବାଦ ସହ ରାଜ୍ୟ ର ଜଳ ,ଜମି ଓ ରାଜ୍ୟ ବାସି ଙ୍କୁ ସୁରକ୍ଷା ଦେଇ ପାରୁ ନଥିବା ଆଦି ସମସ୍ୟା ଦିଗ କୁ ନେଇ ଏହି ବନ୍ଦ ପାଳନ କରା ଯାଇଛି ।