Share କୋଶଲ ନ୍ୟୁଜ୍ ବ୍ୟୁରୋ : ଡାବୁଗାଁ, :– ନବରଙ୍ଗପୁର ମିଶନ ଶକ୍ତି ସଭାଗୃହ ରେ ଜିଲ୍ଲା ସ୍ତରୀୟ ରେଡ଼କ୍ରସ ର ସାଧାରଣ ବୈଠକ ନବରଙ୍ଗପୁର ଜିଲ୍ଲାପାଳ ତଥା ଅଧ୍ୟକ୍ଷ ଭାରତୀୟ ରେଡ଼କ୍ରସ ସୋସାଇଟି ଜିଲ୍ଲା ଶାଖା ନବରଙ୍ଗପୁର ଡ଼ଃ ଅଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଉପସ୍ଥିତ ଥିବା ସମସ୍ତ ସଭ୍ୟଙ୍କୁ ନୂତନ ବର୍ଷ ର ଅଭିନନ୍ଦନ ଜଣାଇବା ସହିତ ରେଡ଼କ୍ରସ ର ମୌଳିକ ନୀତି ଆଦର୍ଶ ଉପରେ ଆଲୋକପାତ କରିଥିଲେ । ମାନବିକତା- ମାନବ ସେବାହିଁ ମାଧବ ସେବା । ସେବା ହିଁ ରେଡ଼କ୍ରସର ଆଦ୍ୟ ଆଦର୍ଶ ସମାଜରେ ଦୁଃଖୀ ଓ ଦରିଦ୍ରଙ୍କ ର ସେବା ପାଇଁ ରେଡ଼କ୍ରସ ସର୍ବଦା ହାତ ବଢ଼ାଇଥାଏ । ଏହା ଶାନ୍ତି, ମୈତ୍ରୀ ଓ ପ୍ରୀତିରେ ବିଶ୍ୱାସ କରିବା ସହ ସମାଜରେ ମାନବିକତା ପ୍ରତିଷ୍ଠା ପାଇଁ ପାରିପାର୍ଶ୍ୱିକ ବୁଝାବଣା, ସହଯୋଗ ଓ ବନ୍ଧୁପ୍ତ ବୃଦ୍ଧି କରିଥାଏ । ସମଦର୍ଶିତା – ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁଠି ସାମ୍ୟବାଦର ସମନ୍ୱୟ କଥନ ପ୍ରତିପାଦନ କରିବା ହିଁ ରେଡ଼କ୍ରସର ଆଦର୍ଶ । ଅନ୍ୟାନ୍ୟ ଖବର ପଢନ୍ତୁ ଡାବୁଗାଁ ବ୍ଲକ ରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ Aug 13, 2025 “ବନମହୋତ୍ସବ ଅବସରରେ ବୃକ୍ଷରୋପଣ ଓ ପରିବେଶ ସଚେତନତା “ Jul 7, 2025 ଦୁଃଖୀ, ଦରିଦ୍ରଙ୍କ ସେବା ମାଧ୍ୟମରେ ସମାଜରେ ସମସ୍ତ ମାନବକୁ ସମାନ ଦୃଷ୍ଟିରେ ଦେଖିବା ଆମର ଦାୟିତ୍ଵ । ନିରପେକ୍ଷତା- ସମାଜରେ ସେବା ଲାଗି ଆମେ କାହାର ପକ୍ଷଭୁକ୍ତ ନ ହୋଇ ନିରପେକ୍ଷ ଭାବରେ ଦୁର୍ଗତଙ୍କ ସେବା ଲାଗି ସମର୍ପି ଥାଉ ହାତ ଓ ହୃଦୟ ।ସମସ୍ୟା ର ଚକ୍ରବ୍ୟୁହ ରେ ଆମେ ଭୁଲିଥାଉଁ ଦେଶ ଓ ଜାତିର ସୀମା । ସ୍ୱାଧୀନତା : ରେଡ଼କ୍ରସ ବିଶ୍ୱାସ କରେ ଚିନ୍ତା, ଚେତନା, କର୍ତ୍ତବ୍ୟ ର ସ୍ୱାଧୀନତା । ଅନ୍ୟର ସ୍ୱାଧୀନତାରେ ହସ୍ତକ୍ଷେପ ନୁହେଁ, ବରଂ ସମସ୍ତଙ୍କୁ ସ୍ୱାଧୀନତା ପ୍ରଦାନରେ ଏବଂ ସମାଜରେ ଶାନ୍ତିର ବାର୍ତା ବଜାୟ ରଖିବାରେ ରେଡ଼କ୍ରସ ଏକ ମହାନ ଅନୁଷ୍ଠାନ । ସ୍ଵେଚ୍ଛାକୃତ ସେବା :- ନିଜ ଜୀବନକୁ ଇଚ୍ଛାକୃତ ଭାବେ ସମାଜର ସ୍ୱାର୍ଥ ଓ ସେବା ପାଇଁ ନିୟୋଜନ କରିଥିବା ଦରଦୀ ମଣିଷର ଅନୁଷ୍ଠାନ ହେଉଛି ରେଡ଼କ୍ରସ । ଏଠି ନାହିଁ ବାଧ୍ୟ ବାଧକତା,ବରଂ ରହିଛି ମଣିଷ ହୃଦୟ ରୁ ଉତୁରି ଆସୁଥିବା ସ୍ଵେଚ୍ଛାକୃତ ସେବାର ମହାନ ପ୍ଲାବନ । ଏକତା:- ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଥିବା ବିଭିନ୍ନତା କୁ ଭୁଲି ଯାଇ ଆମେ ଏକତାର ଡରିରେ ବାନ୍ଧି ହୋଇଥାଉ ମାନବ ଜାତିର ସେବା ପାଇଁ ।ସେବା ଆମର ଧର୍ମ ଓ ଏକତା ଆମର ଉପାସନା । ବିଶ୍ୱବନ୍ଧୁତା :- ସମଗ୍ର ବିଶ୍ଵ ଆମ ପରିବାର । ଜାତିର ଉର୍ଦ୍ଧ୍ଵରେ ଦେଶ ଓ ମହାଦେଶର ଊର୍ଦ୍ଧ୍ଵରେ ସମଗ୍ର ବିଶ୍ୱବାସୀଙ୍କ ବନ୍ଧୁ ଭାବେ ବିପତ୍ତି, ଦୁଃଖ, ଦୁର୍ଦ୍ଦିନରେ ସେମାନଙ୍କ ପାଖରେ ହାତ ଓ ହୃଦୟର ସମର୍ପଣ କରି ଛିଡା ହେଉଥିବା ଅନୁଷ୍ଠାନ ହେଉଛି ରେଡ଼କ୍ରସ । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ନିବେଦିତା ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ନିମାଇ ସୁତାର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ଃ ଚୌଧୁରୀ ଶୋଭା ରାଣୀ ମିଶ୍ର, ଉପ ଜିଲ୍ଲାପାଳ ଭାସ୍କର ରୋଇତ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ମୌସୁମୀ ନାୟକ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିହାଲ, ବରିଷ୍ଠ ଆଇନଜୀବୀ ସମରେଶ ଗନ୍ତାୟତ, ଅଧ୍ୟାପିକା ଚନ୍ଦନା ପଣ୍ଡା, ନିର୍ବାହୀ ଯନ୍ତ୍ରୀ ପୋଡ଼ାଗଡ ଡେମ ଓ ଉପର ଇନ୍ଦ୍ରାବତୀ ତପନ କୁମାର ସାହୁ, ସାହାରା ର ନିର୍ଦ୍ଦେଶକ ମନୋଜ କୁମାର ଧଳ, ଜିଲ୍ଲାର ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଶିଶୁ ବିକାଶ ଅଧିକାରୀ ବ୍ୟତୀତ ବିଭିନ୍ନ ବିଭାଗୀୟ ଅଧିକାରୀ ବୈଠକରେ ଯୋଗ ଦେଇଥିଲେ । ଦ୍ଵିତୀୟତଃ ଗୃହରେ ୨୦୧୯-୨୦ ମସିହା ର ଆୟ ଓ ବ୍ୟୟର ହିସାବ ଉପସ୍ଥାପନନା କରାଯାଇଥିଲା, ତାହା ସର୍ବସମ୍ମତିଙ୍କ ସହମତିରେ ଗୃହରେ ପାରିତ ହୋଇଥିଲା । ତହସିଲଦାର ଡାବୁଗାଁ, କୋଡ଼ିଙ୍ଗା, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଏବଂ ଜିଲ୍ଲା ଅବକାରୀ ବିଭାଗ ଅଧିକାରୀ ମାନେ ଆଶାନୁରୂପ ପାଣ୍ଠି ଆଦାୟ କରି ଥିବାରୁ ଜିଲ୍ଲାପାଳ ଖୁସି ବ୍ୟକ୍ତ କରିଥିଲେ । ଯେଉଁ ଅଧିକାରୀ ମାନେ ନିର୍ଦ୍ଧାରିତ ଆଶାନୁରୂପକ ରେଡ଼କ୍ରସ ପାଣ୍ଠି ଜମା କରିନାହାନ୍ତି ଅତିଶୀଘ୍ର ଜିଲା ଜରୁରୀ କାଳୀନ ବିଭାଗ ରେ ପାଣ୍ଠି ପଇଠ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ଆୟ ଅନୁସାରେ ବ୍ୟୟ ର ପରିମାଣ ଅଧିକ ଥିବାରୁ ଜିଲ୍ଲାପାଳ ଗୃହରେ କ୍ଷୋଭ ପ୍ରକାଶ କରି ରେଡ଼କ୍ରସ ପାଣ୍ଠି ର ଆୟ ବୃଦ୍ଧି କରିବା ସମ୍ପର୍କରେ ଗୁରୁତ୍ୱ ଦେଇଥିଲେ । 0 14 Share FacebookTwitterWhatsAppEmailFacebook MessengerTelegramPrint